Odia News Portal

ପରଦାକୁ ଫେରିଲେ ଋଷି

ମୁମ୍ବାଇ()  ରୋଗର ଚିକିତ୍ସା କରାଇବା ପରେ ଗତ ମାସରେ ଭାରତ ଫେରିଥିଲେ ବଲିଉଡ୍ ଅଭିନେତା ଋଷି କପୁର । ଭାରତ ଫେରିବା ପରେ ଏବେ ସେ ତୁରନ୍ତ ନିଜର କାମ ଆରମ୍ଭ କରି ସାରିଥିବା ଜଣା ପଡ଼ିଛି । ଭାରତ ଫେରିବା ପରେ ସେ ନିଜର ଫଟୋସୁଟ୍ କରାଇଛନ୍ତି । ଯେଉଁଥିରେ ତାଙ୍କର ନୂଆ ଲୁକ୍ ସାମ୍ନାକୁ ଆସିଛି ।
ନିଜର ଇନ୍ଷ୍ଟା ପେଜ୍ରେ ଋଷି କପୁରଙ୍କ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ନୂଆ ଲୁକ୍ରେ ନଜର ଆସୁଛନ୍ତି ଋଷି କପୁର । କଳା ଓ ଧଳା ଫଟୋରେ ଋଷି କୁପର ହସୁଥିବାର ନଜର ଆସୁଛନ୍ତି । ଫଟୋ ସେୟାର କରି ଅବିନାଶ ଲେଖିଛନ୍ତି, ଦିଗ୍ଗଜ ଋଷି କପୁରଙ୍କ ସହ ପ୍ୟାକ୍ଅପ ପରର ସଟ୍ । ଏକ ଛୋଟ ବିରତୀ ପରେ ସେ ଫେରି ଆସିଛନ୍ତି ।