ବିଜେପୁର : ବିଜେପୁର ଉପନିର୍ବାଚନ ପାଇଁ ଆଜି ବିଜେପୁର ଗସ୍ତରେ ଯିବେ ପୋଲିସ ଡିଜି ବି.କେ ଶର୍ମା । ପୂର୍ବାହ୍ନରେ ବରଗଡରେ ପହଞ୍ଚିବା ପରେ ଏସପିଙ୍କ ଅଫିସରେ ବୈଠକ ହେବ । ଏହି ବୈଠକରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି ହିମାଂଶୁ ଲାଲ୍, ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।
ଉପନିର୍ବାଚନରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନେଇ ବୈଠକରେ ଆଲୋଚନା ହେବ । ସେହପିରି ବିଜେପୁର ନିର୍ବାଚନ ପାଇଁ ଆଜିଠାରୁ ଜୋରଧରବି ପ୍ରଚାର । ୩ ଦଳର ନେତାମାନେ ବିଜେପୁର ବ୍ୟାଟେଲ୍ ପାଇଁ ମଇଦାନକୁ ଓହ୍ଲାଇବ । ନିର୍ବାଚନ ପ୍ରଚାରରେ ବିଜେପୁର ଦାଣ୍ଡ କମ୍ପିବ ।
