ଭୁବନେଶ୍ୱର() ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ୨ଦିନିଆ ଗସ୍ତରେ ଭାରତ ଆସିଛନ୍ତି । ଶନିବାର ଦିନ ଜିନପିଙ୍ଗଙ୍କ ଭାରତ ଗସ୍ତ ଶେଷ ହେଉଛି । ତେବେ ଭାରତରୁ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ହୋଟେଲରେ ଅନୁଷ୍ଠିତ ହେଉଥିବା ପ୍ରଦର୍ଶନୀ ପରିଦର୍ଶନରେ ଯାଇଥିଲେ ଜିନପିଙ୍ଗ । ଯେଉଁଠାରେ ପ୍ରଧାନମନ୍ତ୍ରୀ ତାଙ୍କୁ ଉପହାରରେ ଏକ କାଞ୍ଜିବରମ ଶିଲ୍କର ସାଲ୍ ଭେଟି ଦେଇଥିଲେ। ଏହି ସାଲ୍ କୌଣସି ସାଧାରଣ ସାଲ ନୁହେଁ। ହସ୍ତଶିଳ୍ପ ସାଲ୍ ଟିର ପ୍ରସ୍ତୁତି ଲାଗି ୫ ଦିନ ସମୟ ଲାଗିଥିବା ବେଳେ ଏଥିରେ ସି ଜିନ ପିଙ୍ଗଙ୍କ ଛବି ବି ରହିଛି। ଯାହାକୁ ଦେଖି ଚୀନ ରାଷ୍ଟ୍ରପତି ଅତ୍ୟନ୍ତ ଖୁସି ହୋଇଛନ୍ତି।

କେବଳ କାଞ୍ଜିବରମ ସାଲ୍ ନୁହେଁ ପ୍ରଧାନମନ୍ତ୍ରୀ ଚୀନ ରାଷ୍ଟ୍ରପତିଙ୍କୁ ନାଚିୟାରକୋଇଲ ଦ୍ୱୀପ ସମେତ ତାଞ୍ଜାଉର ପେଣ୍ଟିଙ୍ଗ ଆଦି ମଧ୍ୟ ଉପହାରରେ ଦେଇଛନ୍ତି। ୮ ଜଣ କଳାକାର ମିସି ନାଚିୟାରକୋଇଲ ଦ୍ୱୀପକୁ ୧୨ ଦିନରେ ନିର୍ମାଣ କରିଥିଲେ। ୬ ଫୁଟ ଉଚ୍ଚା ପିତଳ କାରୁକାର୍ୟ୍ୟରେ ସୁନାର ଛାଉଣୀ ହୋଇଛି। ଯାହାର ମୋଟ ଓଜନ ପ୍ରାୟ ୧୦୮ କେଜି ବୋଲି କୁହାଯାଉଛି।

କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ରାଷ୍ଟ୍ରପତିଙ୍କୁ ତାଙ୍କ ଛବି ଥିବା ଏକ କଳାକୃତି ବି ଭେଟି ଦେଇଥିଲେ।
