Odia News Portal

ଭୁବନେଶ୍ୱରରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର()  ଭୁବନେଶ୍ୱରରେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ।୯ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ । ସେ ଭୁବନେଶ୍ୱରେରେ ପହଂଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି । ମୋହନ ଭାଗବତ ଅଖିଳ ଭାରତୀୟ କାର୍ୟ୍ୟକାରୀ ମଣ୍ଡଳ କାର୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ଶନିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଅଖିଳ ଭାରତୀୟ ମଣ୍ଡଳ କାର୍ୟ୍ୟକର୍ତ୍ତା ବୈଠକ ଆସନ୍ତା ଅକ୍ଟୋବର ୧୫ରୁ ୨୦ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଆର୍ଏସ୍ଏସ୍ ମୁଖ୍ୟ ଭାଗବତ ଏଥିରେ ଯୋଗ ଦେବେ।