Odia News Portal

କାହିଁକି ମୋଦିଙ୍କ ମା’ଙ୍କୁ ଭେଟିଲେ ରାଷ୍ଟ୍ରପତି

ଅହମଦାବାଦ () ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ ସବିତା କୋବିନ୍ଦ । ଏହି ଅବସରରେ ଗାନ୍ଧିନଗର ସ୍ଥିତ ରାୟସନ ଗାଁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କୁ ଭେଟିଛନ୍ତି କୋବିନ୍ଦ ଏବଂ ତାଙ୍କ ପତ୍ନୀ ସବିତା କୋବିନ୍ଦ । ପାଖାପାଖି ୩୦ ମିନିଟ୍ ଧରି ରାଷ୍ଟ୍ରପତି ଓ ତାଙ୍କ ସ୍ତ୍ରୀ ହୀରାବେନଙ୍କ ସହ କଥା ହୋଇଥିଲେ।

ଏହାପରେ ରାଷ୍ଟ୍ରପତି ଗାନ୍ଧିନଗର ସ୍ଥିତ କୋବାରେ ଥିବା ମହାବୀର ଜୈନ ଆରାଧନା କେନ୍ଦ୍ରକୁ ଯାଇଥିଲେ। ଏହି କେନ୍ଦ୍ରରେ ଜୈନ ମନ୍ଦିର, ପୁସ୍ତକ ସଂଗ୍ରହାଳୟ ରହିଛି। ଯେଉଁଥିରେ ଭାରତୀୟ ଏବଂ ଜୈନ ସଂସ୍କୃତି ବାବଦରେ ଅନେକ ପୁସ୍ତକ ରହିଛି। ରାଷ୍ଟ୍ରପତି ଏହି ପୁସ୍ତକ ଗୁଡ଼ିକୁ ଦେଖିବା ପାଇଁ ଇଚ୍ଛୁକ ଥିଲେ।