Odia News Portal

ଗାଙ୍ଗୁଲି ହୋଇପାରନ୍ତି BCCI ଅଧ୍ୟକ୍ଷ

ନୂଆଦିଲ୍ଲୀ: ସୌରଭ ଗାଙ୍ଗୁଲି ହୋଇପାରନ୍ତି BCCI ଅଧ୍ୟକ୍ଷ। ଗାଙ୍ଗୁଲିଙ୍କୁ ସଭାପତି କରିବା ଲାଗି ଅଧିକାଂଶ ରାଜ୍ୟ କ୍ରିକେଟ ଆସୋସିଏସନର ପ୍ରତିନିଧି ରାଜି ହୋଇଛନ୍ତି। ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ନାମାଙ୍କନ ଦାଖଲ କରିବେ।

ତେବେ BCCI ଅଧ୍ୟକ୍ଷ ପଦ ଦୌଡରେ ବ୍ରିଜେଶ ପଟେଲ ଆଗରେ ଥିଲେ। ତେବେ ରାଜ୍ୟ କ୍ରିକେଟ ଆସୋସିଏସନ୍‌ର ପ୍ରତିନିଧିମାନେ ବ୍ରିଜେଶ ପଟେଲଙ୍କୁ ବିରୋଧ କରି ଗାଙ୍ଗୁଲଙ୍କୁ ସମର୍ଥନ କରିଥିଲେ। ତେବେ ୪୭ବର୍ଷ ଗାଙ୍ଗୁଲି ମାତ୍ର ୧୦ମାସ ପାଇଁ ଏହି ପଦରେ ରହିପାରିବେ।

ଜୟ ଶାହ ହୋଇପାରନ୍ତି BCCIର ନୂଆ ସଚିବ। ସେହିପରି ଅରୁଣ ଠାକୁର ହୋଇପାରନ୍ତି BCCIର କୋଷାଧ୍ୟକ୍ଷ। ବୃଜେଶ ପଟେଲ IPL ଚେୟାରମ୍ୟାନ୍‌ ହେବା ସମ୍ଭାବନା ରହିଛି।