Odia News Portal

ମନୋଜ ପଟ୍ଟନାୟକ ହେଲେ ମହିଳା ଫୁଟବଲ ମହାସଂଘର ଉପସଭାପତି

ଭୁବନେଶ୍ବର : ଜାମସେଦପୁରର ପାରଡ଼ିହ ଛକସ୍ଥିତ ହୋଟେଲ ସିଟି ଇନରେ ମହିଳା ଫୁଟବଲ ଫେଡରେସନ ଅଫ ଇଣ୍ଡିଆର ବାର୍ଷିକ ଜେନେରାଲ ବଡି ମିଟିଙ୍ଗ ଆୟୋଜିତ ହୋଇଥିଲା।

ଯେଉଁ ଥିରେ ଜାମସେଦପୁରର ମହମ୍ମଦ କାଶୀମଙ୍କୁ ସର୍ବସମତିରେ ମହିଳା ଫୁଟବଲ ଫେଡରେସନ ଅଫ ଇଣ୍ଡିଆର ଚେୟାରମ୍ୟାନ, ଉପ ସଭାପତି ଭାବେ ଓଡ଼ିଶାର ମନୋଜ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ବିହାରର କେ ଏନ ସିଂ , ମହାରାଷ୍ଟ୍ରର ଗୌରବ ଖାନ୍ନା,ମହାସଚିବ ସେକ ମହମ୍ମଦ ଜବେଦ, ଜାମସେଦପୁର ର ମ.ଅହମ୍ମଦ ଅଂସାରି, ମହାରାଷ୍ଟ୍ର ର ରାହୁଲ ବାଗବାଡା, ଜାମୁ କାଶ୍ମୀରର ସୀମା ସିଂ,ପଶ୍ଚିମବଙ୍ଗ ର ନିତୁ ମଜୁମଦାର, ଏବଂ ଉତ୍ତରପ୍ରଦେଶର ନବୀନ ସିଂ କୋଷାଧ୍ୟକ୍ଷ ଭାବରେ ସାଜି ଟି ଜାନ, ଉପଦେଷ୍ଟା ଜନାର୍ଦନ ସିଂ, କାର୍ଯ୍ୟାଳୟ ସଚିବ ମହମ୍ମଦ ଜମାଲ, ଏକଜୁକେଟିଭି ମେମ୍ବର ଭାବେ ଓଡ଼ିଶାର ବିରେନ୍ଦ୍ର ମହନ୍ତ, ଟେକନିକାଲ ଅଫିସିଆଲ ଭାବେ ଓଡ଼ିଶାର କେ ଭି ରାଜଶେଖର ନିଯୁକ୍ତ କରାଯାଇଛି।

ଏହା ସହିତ ଆଗାମୀ ବର୍ଷରେ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ପ୍ରତିଯୋଗିତା ଉପରେ ଆଲୋଚନା କରାଯାଇଥିଲା।ଏହି ବୈଠକରେ ଉପଦେଷ୍ଟା ଭାବରେ ଜନାର୍ଦ୍ଦନ ସିଂ କାର୍ଯ୍ୟାଳୟ ସଚିବ ମହମ୍ମଦ ଜମାଲ , ସୁନିଲ କୁମାର ସିଂ ତଥା ଅନ୍ୟାନ୍ୟ କାର୍ଯ୍ୟକାରୀ ସଦସ୍ୟ ନିଯୁକ୍ତ କରାଯାଇଛି।