Odia News Portal

ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ

ଭୁବନେଶ୍ବର : ନନ୍ଦନକାନନରେ ବିରଳ ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ ହୋଇଛି । ଗତ ୧୪ ଦିନ ଧରି ବାଘ ସଫାରୀରେ ଅସୁସ୍ଥ ଥିବା ହେତୁ ଚିକିତ୍ସା ହେଉଥିଲା । ଗତ ୪ଦିନ ହେବ ଖାଦ୍ୟ ଗ୍ରହଣ କରୁନଥିଲା । ରକ୍ତ ପରୀକ୍ଷାରୁ ଜଣାପଡିଥିଲା ଯେ, ଶୁଭ୍ରାଂଶୁର ରକ୍ତ ସଂକ୍ରମଣ ହୋଇ ଜ୍ବର ହୋଇଥିଲା ।

ଗତ ୨୦୧୪ ମସିହା ଜୁଲାଇ ମାସରେ ନାଲି ବାଘ ମନିଷ ଓ ଧଳା ବାଘୁଣୀ ସ୍ନେହାର ମିଳନରେ ଶୁଭ୍ରାଂଶୁ ଜନ୍ମ ହୋଇଥିଲା । ଶୁଭ୍ରାଂଶୁର ମୃତ୍ୟୁ ପରେ ନନ୍ଦନକାନନରେ ଆଉ ୭ଟି ଧଳା ବାଘ ରହିଲେ ।