Odia News Portal

ସମୁଦ୍ରରେ ଭାସି ଯାଉଥିବା ୩ ପର୍ଯ୍ୟଟକଙ୍କୁ ଉଦ୍ଧାର

ପୁରୀ : କିଛିଦିନ ଧରି ପୁରୀ ବେଳାଭୂମିରେ ଅଘଟନ ଘଟିଚଳିଛି। କାର୍ତ୍ତିକ ମାସ ଆରମ୍ଭ ଦିନ ଏକ ୯୪ ବର୍ଷର ହାବିସିଆଳି ଛେତଗଙ୍ଗାରେ ବୁଡ଼ି ମୃତ୍ୟୁ ବରଣ କରିଥିଲେ। କିନ୍ତୁ ଆଜି କିଛି ଭିନ୍ନ ଧରଣର ଘଟଣା ଘଟିଛି। ଦେବଦୂତ ସାଜିଲେ ଲାଇଫ୍‌ଗାର୍ଡ। ପୁରୀ ସମୁଦ୍ରରେ ଭାସି ଯାଉଥିବାବେଳେ ୩ ପର୍ଯ୍ୟଟକଙ୍କୁ କଲେ ଉଦ୍ଧାର। ୩ ଜଣ ପର୍ଯ୍ୟଟକ ପଶ୍ଚିମବଙ୍ଗର ବୋଲି ଜଣାପଡିଛି।

ସ୍ୱର୍ଗଦ୍ୱାର ସମୁଦ୍ରକୂଳ ଅଞ୍ଚଳରେ ସ୍ନାନ କରୁଥିବା ବେଳେ ଗଭୀର ସ୍ରୋତରେ ସେମାନେ ଭାସିଯାଇଥିଲେ। ନିକଟରେ ଥିବା ଲାଇଫଗାର୍ଡ ସମୁଦ୍ରକୁ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାମନଙ୍କୁ ପୁରୀ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାର ୩ ପର୍ଯ୍ୟଟକଙ୍କ ନାଁ ସରସ୍ୱତୀ ବାନାର୍ଜୀ, ଦେବଦୂତି ବାନାର୍ଜୀ, ପ୍ରଭା ଚକଲଦାର ବୋଲି ଜଣାପଡିଛି।