ଘୁ.ଉଦୟଗିରି : କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନମ୍ବର ୱାର୍ଡ । ଏହି ଠାରେ ରହିଥିଲା ଅତି ପୁରାତନ ପ୍ରାଥମିକ ବିଦ୍ୟାଳୟ । ୬୭ ବର୍ଷ ପର୍ଯ୍ୟନ୍ତ ବିଦ୍ୟାଳୟ ସବୁ ଠିକ ଠାକ ଚାଲି ଥିଲା । ସ୍ଥାନୀୟ ପିଲାମାନେ ମଧ୍ୟ ଶିକ୍ଷା ଅର୍ଜନ କରୁ ଥିଲେ । ହେଲେ ହଠାତ ଚଳିତ ଶିକ୍ଷା ବର୍ଷରେ ବିଦ୍ୟାଳୟରେ ପଡ଼ିଥିଲା ତାଲା ।
ବର୍ତ୍ତମାନ ଅଞ୍ଚଳର ଛାତ୍ର ଛାତ୍ରୀ ରାଜରାସ୍ତା ଅତିକ୍ରମ କରି ଜୀବନକୁ ବାଜି ଲଗାଇ ବିପଦ ସଂକୁଳ ଅବସ୍ଥାରେ ଅନ୍ୟ ବିଦ୍ୟାଳୟକୁ ଯାଉ ଥିବା ଅଭିଭାବକ ଅଭିଯୋଗ କରିବା ସହ ତୁରନ୍ତ ବିଦ୍ୟାଳୟ କାର୍ଯ୍ୟ କ୍ଷମ ପାଇଁ ଦାବି କରି ଛନ୍ତି । ବିଦ୍ୟାଳୟ କାର୍ଯ୍ୟକ୍ଷମ ପାଇଁ ସ୍ଥାନୀୟ ବିଧାୟକ ମଧ୍ୟ ପ୍ରଶାସନକୁ ପତ୍ର ମଧ୍ୟରେ ଜଣାଇ ଛନ୍ତି ।
ହେଲେ ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବା ସ୍ଥାନୀୟ ବାସିନ୍ଧା ଅଭିଯୋଗ କରିବା ସହ ତୁରନ୍ତ ବିଦ୍ୟାଳୟ କାର୍ଯ୍ୟକ୍ଷମ ନ କଲେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦେଇ ଛନ୍ତି । ଏହି ପ୍ରାଥମିକ ବିଦ୍ୟାଳୟ ୧୯୫୨ ମସିହା ରେ ସ୍ଥାପିତ ହୋଇ ଥିଲା ।
