Odia News Portal

ମହିଳାଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲିଂ ଅଭିଯୋଗରେ କନେଷ୍ଟବଳ ଗିରଫ

ପୁରୀ : ପୁରୀ ପୋଲିସର ଜଣେ କନେଷ୍ଟବଳ ଖାକିରେ ଲାଗିଇଛନ୍ତି ଦାଗ। ମହିଳାଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲିଂ ଅଭିଯୋଗରେ କନେଷ୍ଟବଳ ଗିରଫ। ପୁରୀ ନିମାପଡା ଥାନା କନେଷ୍ଟବଳ ଗଙ୍ଗାଧର ରାଉତଙ୍କୁ ଏହି ଅଭିଯୋଗରେ ଗିରଫ କରିଛି ସତ୍ୟବାଦୀ ପୋଲିସ।

ସତ୍ୟବାଦୀ ଥାନାରେ ଡ୍ୟୁଟି କରୁଥିବା ସମୟରେ ଜଣେ ମହିଳାଙ୍କୁ ଏକ ମାମଲାରେ ସହଯୋଗ କରିବାକୁ କହି ତାଙ୍କ ସହିତ ସମ୍ପର୍କ ସ୍ଥାପନ କରି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହା ସେହି ମହିଳାଙ୍କୁ ସେ ବ୍ଲାକମେଲିଂ କରୁଥିବାର ମଧ୍ୟ ଅଭିଯୋଗ ହୋଇଛି। ତେବେ ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପରେ ପୁରୀ ଏସପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏସପିଙ୍କ ନିର୍ଦ୍ଦେଶରେ ଗଙ୍ଗାଧରକୁ ଗିରଫ କରାଯାଇଛି।