Odia News Portal

ପିପିଲିରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭୁବନେଶ୍ବର : ପିପିଲିରେ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗୀରଥି ପ୍ରଧାନ ଓରଫ୍‌ ଭଗୁ ଆହତ ହୋଇଛି । ଭଗୁ ଘର ପୁରୀ ତାଳବଣିଆ ଅଞ୍ଚଳର । ପିପିଲି ଓଭର ତରକରଜା ଛକରେ ପୋଲିସ ସହ ଗୁଳି ବିନିମୟ ହୋଇଛି । ପୋଲିସ ଗୁଳିରେ ଆହତ ହୋଇଥିଲା ଭଗୁ । ତାକୁ ପ୍ରଥମେ ମେଡିକାଲରେ ଭର୍ତ୍ତି କରାଯିବା ପରେ କଟକ ସ୍ଥାନାନ୍ତର କରାଯାଇଛି ।

ଭଗୁ ନିକଟରୁ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଅଫୁଟା ଗୁଳି ଓ ବାଇକ୍‌ ଜବତ ହୋଇଛି । ସେ ପୁରୀ ତଳବଣିଆ ଅଞ୍ଚଳରେ ମୋଷ୍ଟ ଓ୍ଵାଣ୍ଟେଡ ଥିଲା । ଭଗୁ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି ।