Odia News Portal

ମନ୍ତ୍ରୀ ଗଲେନି : ଭିନ୍ନକ୍ଷମଙ୍କୁ ଘର ପାଖକୁ ଡାକିଲେ

ଭୁବନେଶ୍ୱର : ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନଆସି ଦଳୀୟ ନେତା ଓ କର୍ମୀମାନେ ଅନାଥାଶ୍ରମ ଓ
ଭିନ୍ନକ୍ଷମ ମାନଙ୍କ ନିକଟକୁ ଯାଇ ଶୁଭେଚ୍ଛା ଜଣାଇବାକୁ କହିଥିଲେ । ହେଲେ ଦଳର ବରିଷ୍ଠ ମନ୍ତ୍ରୀ ଅଶୋକ ପଣ୍ଡା ଭିନ୍ନକ୍ଷମମାନଙ୍କ ନିକଟକୁ ନଯାଇ ସେମାନଙ୍କୁ ନିଜ ଘରପାଖୁ ଡାକି ଆଣିଲେ । ଘର ଆଗରେ ସେମାନଙ୍କ ସହିତ ନବୀନଙ୍କ ବ୍ୟାନର ଧରି ଫଟୋ ଉଠାଇ ତାହାକୁ ଭାଇରାଲ କଲେ । ଭାଇରାଲ ପରେ କିନ୍ତୁ ମନ୍ତ୍ରୀଙ୍କ ଚେତା ପଶିଥିଲା ।

ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀଙ୍କର ନବୀନଙ୍କ ନିଦେ୍ର୍ଧଶ ପରେ ଭିନ୍ନକ୍ଷମମାନଙ୍କ ପ୍ରତି ଏଭଳି ଆଚରଣ ଏବେ
ବିଜେଡି ମହଲରେ ଚର୍ଚ୍ଚା ହୋଇଛି । ନବୀଙ୍କ ସରଳ ଜୀପନ ଯାପନକୁ କଣ ତାଙ୍କରି ଘର ଠାରୁ କେଇ ହାତ ଦୂରରେ ରହୁଥିବା
ମନ୍ତ୍ରୀ ଜାଣିପାରିଲେ ନାହିଁ ବୋଲି ଅନେକ ପ୍ରଶ୍ନ କରୁଛନ୍ତି । ନବୀନ କହିଥିଲେ ଭିନ୍ନକ୍ଷମଙ୍କ ନିକଟକୁ ଯାଅ । ହେଲେ ମନ୍ତ୍ରୀ
ଭିନ୍ନକ୍ଷମଙ୍କୁ କହିଲେ ମୋ ଘର ପାଖକୁ ପଳାଇ ଆସ । ଏଥିରୁ ତାଙ୍କର ଦରଦ କେତେ ତାହା ଜଣାପଡି ଯାଉଛି ବୋଲି ବିଜେଡିର କିଛି କର୍ମୀ କହୁଛନ୍ତି ।

ଭିନ୍ନକ୍ଷମମାନଙ୍କ ନିକଟକୁ ଯାଇ ଯଦି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଫଳ ବାଣ୍ଟିଥାନ୍ତେ ତେବେ ତାହା ହୋଇଥିବା
ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବଡ ସମାନ। ଭିନ୍ନକ୍ଷମ ମାନେ ବି ବୁଝିଥାନ୍ତେ ମୁଖ୍ୟମନ୍ତ୍ରୀଙ୍କ ଙ୍କ ସରଳତା ଓ ଜନ୍ମଦିନ ନପାଳିବାର ଅର୍ଥକୁ । ହେଲେ ମନ୍ତ୍ରୀଙ୍କ ଏଭଳି ଆଚରଣ ଭୁଲ୍‍ ବାର୍ତ୍ତା ଦେଲା ବୋଲି ତାଙ୍କରି ଦଳର ନେତାମାନେ ଏବେ କହି ବୁଲୁଛନ୍ତି । ଯଦି ଭିନ୍ନକ୍ଷମଙ୍କ ନିକଟକୁ ଯିବାକୁ ଏତେ କୁଣ୍ଠା ତେବେ ନଯାଇଥିଲେ ଚଳିଥାନ୍ତା । ହେଲେ ସେମାନଙ୍କ ହାତରେ କେଇଟା ଫଳ ଧରାଇ
ଫଟୋଇବା ପାଇଁ ସକାଳ ପହରୁ ସେମାନଙ୍କୁ ନିଜ ଘର ନିକଟକୁ ଡକାଇବା ଏବେ ସମସ୍ତଙ୍କୁ ଆଚର୍ଯ କରିଛି ।

ସବୁଠାରୁ ବଡ କଥା ହେଲା ମନ୍ତ୍ରୀ ନିଜର କିଛି ସମର୍ଥକଙ୍କ ଗହଣରେ ଫଳ ବାଣ୍ଟିବା ସହି ଯେଭଳି ତୁରନ୍ତ ତାହାର
ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଜାରି କରିଛନ୍ତି ତାହା ଅନେକଙ୍କ ଆଚର୍ଯ କରିଛି । ନିଜର ପ୍ରଚାର ପାଇଁ ନବୀନଙ୍କ
ଫଟୋକୁ ଧରି ଭିନ୍ନକ୍ଷମମାନଙ୍କ ଗହଣରେ ଫଟୋଇବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଅନେକ ମତ ଦେଉଛନ୍ତି । ତେବେ
ମନ୍ତ୍ରୀଙ୍କର ଏଭଳି ଆଚରଣ ନୂଆ ନୁହେଁ ବୋଲି ତାଙ୍କର ଜଣେ ଦୃଢ ସମର୍ଥକ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ।

ତେବେ ସକାଳୁ ସକାଳୁ ମନ୍ତ୍ରୀ ମହୋଦୟଙ୍କର ନିଜ ଘର ପାଖରେ ଏଭଳି କାର୍ଯ୍ୟକ୍ରମର ଫଟୋ ସୋସିଆଲ ମିଡିଆରେ
ଘୂରି ବୁଲିବାପରେ ବହୁ ସ୍ଥାନରୁ ନକରାତ୍ମ ଟିପଣୀ ମିଳିବାପରେ ଚେତା ପଶିଥିଲା । ଫଳରେ ଅପରାହ୍ନରେ ମନ୍ତ୍ରୀ ମହୋଦୟ
ନିଜେ କେତେକ ଅନୁÂାନକୁ ଯାଇ ପିଲାମାନଙ୍କ ସହିତ ନବୀନଙ୍କ ଜୟନ୍ତୀ ପାଳିଥିଲେ । ତେବେ ତାଳି ପକାଇବାପାଇଁ ଏଭଳି ଉଦ୍ୟମ ହେଲା ବେଳକୁ କିନ୍ତୁ ସକାଳୁଆ କାର୍ଯ୍ୟକ୍ରମରେ ଏକ ପ୍ରକାର ପାଣି ପଶିଯାଇଥିଲା ।