Odia News Portal

ଗାଙ୍ଗୁଲିଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ତୁଳନା କଲେ ଶୋଏବ

ନୂଆଦିଲ୍ଲୀ() ଗାଙ୍ଗୁଲିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ତୁଳନା କରିଛନ୍ତି ପୂର୍ବତନ ପାକିସ୍ତାନ ସ୍ପିଡ୍ଷ୍ଟାର ଶୋଏବ ଅଖତର ।
ଅଖତର କହିଛନ୍ତି, ପ୍ରଥମତଃ ଗାଙ୍ଗୁଲି ସର୍ବଦା ନୂଆ ପ୍ରତିଭା ଉପରେ ବିଶ୍ୱାସ କରନ୍ତି। ଦ୍ୱିତୀୟଟି ହେଲା ସେମାନଙ୍କୁ ସୁଯୋଗ ଦିଅନ୍ତି। ଏହା ଇମ୍ରାନ ପାକିସ୍ତାନ ଦଳ ପାଇଁ କରିଥିଲେ।

ଗାଙ୍ଗୁଲି ଅଧିନାୟକ ହେବା ପରେ ଭାରତୀୟ ଦଳର ପରିବର୍ତ୍ତନ ଅତୁଳନୀୟ ଥିଲା। ସେ ଅଧିନାୟକ ହେବା ପରେ ବୀରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂ, ଜାହିର ଖାନଙ୍କ ଭଳି ବହୁ ଯୁବ ଖେଳାଳିଙ୍କୁ ଦଳକୁ ଆଣିଥିଲେ ବୋଲି ଅଖତର ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍ କରିଥିବା ଏକ ଭିଡିଓରେ କହିଛନ୍ତି।