Odia News Portal

FIH ହକି ଅଲିମ୍ପିକ୍ସ କ୍ୱାଲିଫାଇଂ ମ୍ୟାଚ୍‌, ମହିଳା ଓ ପୁରୁଷ ଦଳ ଘୋଷଣା

ଭୁବନେଶ୍ବର : ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ FIH ହକି ଅଲିମ୍ପିକ୍ସ କ୍ୱାଲିଫାଇ ମ୍ୟାଚ୍‌ । ଏନେଇ ଆଜି ଭରତୀୟ ମହିଳା ଓ ପୁରୁଷ ଦଳ ନାମ ଘୋଷଣା କରାଯାଇଛି । ମହିଳା ଦଳର କୋଚ୍‌ ଜୋର ମାରିନ ଓ ପୁରୁଷ ଦଳର କୋଚ ଗ୍ରାହମ ରିଡ୍‌ ଉଭୟ ଟିମ୍‌ର ନାଁ ଘୋଷଣା କରିଛନ୍ତି । ମହିଳା ଦଳରେ ୧୮ ଖେଳାଳିଙ୍କ ମଧ୍ୟରୁ ଓଡିଶାରୁ ନମିତା ଟପୋ, ଲିଲିମା ମିଞ୍ଜ, ଦୀପଗ୍ରେସ ଏକ୍କା ସ୍ଥାନ ପାଇଛନ୍ତି ।

ସେହିଭଳି ପୁରୁଷ ଦଳରେ ୧୮ ଜଣଙ୍କ ମଧ୍ୟରୁ ଓଡିଶାର ଅମିତ ରୋହି ଦାସ ନା ରହିଥିବା ବେଳେ ବୀରେନ୍ଦ୍ର ଲାକ୍ରାଙ୍କୁ ସ୍ଥାନ ମିଳିନାହିଁ । ମହିଳା ଦଳରେ ଅଧିନାୟକ ଭାବେ ରାନୀ ରାମ୍ପା ଓ ଉପଅଧିନାୟକ ଭାବେ ସବିତା ପୁନିଆଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ପୁରୁଷ ଦଳର ଅଧିନାୟକ ଭାବେ ମନପ୍ରିତ ସିଂ ଓ ଉପ ଅଧିନାୟକ ଭାବେ ମନ୍ଦୀପ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି । ଦୁଇ ଦିନରେ ଲଗାତାର ଖେଳାଯିବାକୁ ଥିବା ଦୁଇଟି ମୁକାବିଲାରୁ ଯେଉଁ ଦଳ ଅଧିକ ପଏଣ୍ଟ ଅର୍ଜନ କରିବ, ସିଏ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ ।

ମହିଳା ଟିମ୍‌ରେ ନମିତା ଟପୋ, ଲିଲିମା ମିଞ୍ଜ, ଦୀପଗ୍ରେସ ଏକ୍କା ଓ ପୁରୁଷ ଟିମ୍‌ରେ ଅମିତ ରୋହି ଦାସଙ୍କୁ ସ୍ଥାନ ମିଳିବା ପରେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।