Odia News Portal

ଦହିଠାରୁ ଅଧିକ ସ୍ୱାସ୍ଥ୍ୟକାରୀ ଘୋଳଦହି, ଜାଣନ୍ତୁ କେମିତି

ଭୋଜନରେ ଦହି ଏବଂ ଘୋଳଦହି ଖାଇବାକୁ ପ୍ରାୟତଃ ସମସ୍ତେ ପସନ୍ଦ କରିଥାନ୍ତି। ଖରାଦିନେ ଶରୀରରୁ ଜଳୀୟାଂଶ କମିଯାଉଥିବାରୁ ଡାକ୍ତର ପ୍ରଚୁର ପରିମାଣରେ ଦହି କିମ୍ବା ଘୋଳଦହି ପିଇବାକୁ ପରାମର୍ଶ ଦେଇଥାନ୍ତି। ପେଟ ଥଣ୍ଡା ରଖିବାରେ ମଧ୍ୟ ଦହି ସାହାଯ୍ୟ କରେ। ତେବେ ଯଦି ସ୍ୱାସ୍ଥ୍ୟ ଉପଯୋଗୀ ଦୃଷ୍ଟିରୁ ଦେଖିବା ତେବେ ଦହି ଅପେକ୍ଷା ଦହିରୁ ପ୍ରସ୍ତୁତ ଘୋଳଦହି ଅଧିକ ସ୍ୱାସ୍ଥ୍ୟକର।

ଆସନ୍ତୁ ଜାଣିବା କେମିତି…

-ବସା ଦହିକୁ ବୁଲାଇ ଘୋଳ ଦହି ପ୍ରସ୍ତୁତ କରାଯାଏ। ଏହାର ରୂପରେ ପରିବର୍ତ୍ତନ ହେବା ପରେ ସହଜରେ ଦହିର ପଚନ ହୋଇଥାଏ। ଫଳରେ ହଜମ ପ୍ରକ୍ରିୟାରେ କୌଣସି ସମସ୍ୟା ଉପୁଜେ ନାହିଁ। ମାତ୍ର ବସା ଦହି ହଜମ ହେବାକୁ ଦୀର୍ଘ ସମୟ ନେଇଥାଏ।
କେବଳ ହଜମ ପ୍ରକ୍ରିୟା କିମ୍ବା ଡିହାଇଡ୍ରେସନ୍‌ ପାଇଁ ନୁହେଁ, ମସଲାଯୁକ୍ତ ଖାଦ୍ୟ ଖାଇବା ପରେ ମଧ୍ୟ ଘୋଳଦହି ପେଟକୁ ଥଣ୍ଡା ରଖେ। ଘୋଳଦହିରେ ପ୍ରଚୁର ପରିମାଣରେ କ୍ୟାଲ୍‌ସିୟମ୍‌ ଓ ଅନ୍ୟାନ୍ୟ ଭିଟାମିନ୍‌ ମହଜୁଦ୍‌ ଥାଏ ଯାହା ତୈଳାଂଶ କାଟିବାରେ ସହାୟକ ହୋଇଥାଏ।

-ଘୋଳଦହିରେ ଥିବା ବାୟୋଆକ୍ଟିଭ୍‌ ପ୍ରୋଟିନ୍‌ କୋଲୋଷ୍ଟ୍ରୋଲ୍‌କୁ ନିୟନ୍ତ୍ରିତ ରଖିବା ସହ ରକ୍ତଚାପ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ।
ତେବେ ଓଜନ ବୃଦ୍ଧି କରିବାକୁ ଚାହୁଁଥିଲେ ଘୋଳଦହି ଅପେକ୍ଷା ବସା ଦହି ଅଧିକ ସ୍ୱାସ୍ଥ୍ୟପ୍ରଦ। ଶିଶୁଙ୍କ ପୋଷଣରେ ଅଭାବ ଥିଲେ ଦହି ଖାଇବା ଦ୍ୱାରା ତାହା ଦୂର ହୋଇଥାଏ।