Odia News Portal

ଡ୍ରାଇଭରଙ୍କୁ କୋଟିଏ ଟଙ୍କାର ଉପହାର ଦେଲେ ଏହି ଅଭିନେତ୍ରୀ

ମୁମ୍ବାଇ() ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ଆଲିୟା ଭଟ୍ଟ । ସେ ଦେଖିବାକୁ ଖୁବ୍ ସୁନ୍ଦର ଏବଂ ଗ୍ଲାମରସ୍। ଆଲିୟା ଭଟ୍ଟ ୧୯୯୩ମସିହା ମାର୍ଚ ୧୫ତାରିଖରେ ଜନ୍ମ ହୋଇଥିଲେ। ମାତ୍ର ୨୬ବର୍ଷ ବୟସରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବଡ଼ ଧରଣର ସଫଳତା ହାସଲ କରିଥିଲେ।

କୋଟି କୋଟି ଟଙ୍କା ଆୟ କରୁଥିବା ଆଲିୟା ଭଟ୍ଟ ନିଜ ଚାକରମାନଙ୍କୁ ମଧ୍ୟ ନିଜ ଘରର ସଦସ୍ୟ ମାନିଥାଆନ୍ତି। ଆଲିୟା ଭଟ୍ଟ ତାଙ୍କ ଡ୍ରାଇଭର ସୁନୀଲ ଏବଂ ହେଲପର ଅମୋଲଙ୍କୁ ଘର କିଣିବା ପାଇଁ ୧କୋଟି ଟଙ୍କାର ଉପହାର ଦେଇଛନ୍ତି। ଆଲିୟା ଭଟ୍ଟ ଏପରି କାମ କରିଥିବା ବଲିଉଡର ଏକ ମାତ୍ର ଅଭିନେତ୍ରୀ।