Odia News Portal

ଟେଷ୍ଟ ମ୍ୟାଚରେ ରୋହିତ ଶର୍ମାଙ୍କ ଦ୍ୱିଶତକ

ରାଞ୍ଚି : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ଓପନର ରୋହିତ ଶର୍ମା । ଟେଷ୍ଟ କ୍ୟାରିୟରରେ ପ୍ରଥମ ଦ୍ୱିଶତକ କରିଛନ୍ତି ରୋହିତ । ପ୍ରଥମ ଟେଷ୍ଟ ମ୍ୟାଚରେ ରୋହିତ ସର୍ବାଧିକ ୧୭୭ ରନ୍ ସଂଗ୍ରହ କରିଥିଲେ । ଆଜିର ମ୍ୟାଚରେ ଛକା ମାରି ଦ୍ୱିଶତକ ପୂରଣ କରିଛନ୍ତି ରୋହିତ । ୨୦୦ ରନ୍ ପାର କରି କ୍ରିଜରେ ସେ ରହିଛନ୍ତି ।

ତେବେ ଦକ୍ଷିଣ-ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ସିରିଜରେ ରୋହିତ ସର୍ବାଧିକ ୫୦୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ୧୪ ବର୍ଷ ପରେ ଭାରତୀୟ ଓପନର ଭାବେ ସେ ଗୋଟିଏ ସିରିଜରେ ଅଧିକ ରନ୍ ସଂଗ୍ରହ କରି ରେକର୍ଡ ଭାଙ୍ଗିଛନ୍ତି ।