Odia News Portal

ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ, ୧୫ ବାଇକ ଜବତ

ଖୋର୍ଦ୍ଧା : ଚିଲିକା ଅଞ୍ଚଳରେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ । ୩ ଜଣ ଗିରଫ । ୧୫ ବାଇକ ଜବତ । ଚିଲିକା ଅଂଚଳରୁ ଏକ ବାଇକ ଚୋରି ଘଟଣାର ତଦନ୍ତ ବେଳେ ପୋଲିସ ଜଣେ ଚୋରକୁ ଧରିଥିଲା ।

ଏହି ଲୁଟ ଘଟଣାରେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗର ସଂପୃକ୍ତି ଜଣାପଡ଼ିଥିଲା । ଏହାପରେ ପୋଲିସ ବାଣପୁର ଥାନା କୁଲେଇ ଗାଁର ସନ୍ତୋଷ ଜଗଦ୍ଦେବ, ଅଭି ଜୟସିଂ ଓ ସାଗର ହାତୀକୁ ଗିରଫ କରିଛି ।