Odia News Portal

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ଧଉଳି ଥାନା ଇନ୍ଦିରା କଲୋନୀରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଯୁବତୀଙ୍କ ନାଁ ଦୀପାଳି ପ୍ରିୟଦର୍ଶିନୀ । ସେ ଜଣେ ଓକିଲ ବୋଲି କୁହାଯାଉଛି । ଏଠାରେ ସେ ନିଜ ଦୁଇ ଭଉଣୀ ଓ ମାଆଙ୍କ ସହ ରହୁଥିଲେ ।

ଗତକାଲି ଦୀପାଳିଙ୍କ ମାଆ ଗାଁକୁ ଯାଇଥିଲେ । ଦୀପାଳିଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଚଳାଇଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଯାଇଛି ।