Odia News Portal

୭ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ରାଉରକେଲା : କପଡା ଦୋକାନରେ ନିଆଁ। ହୁତୁ ହୁତୁ ହୋଇ ଜଳିଗଲା କପଡା ଗୋଦାମ। ରାଉରକେଲା ସହରର ମୁଖ୍ୟ ମାର୍ଗରେ ଥିବା ମଙ୍ଗଳା ଭବନ ନିକଟରେ ଗତକାଲି ରାତିରେ ଏକ କପଡ଼ା ଗୋଦାମରେ ନିଆଁ ଲାଗିଯାଇଥିଲା।

ଅଗ୍ନିକାଣ୍ଡରେ ୫ରୁ ୭ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ଦୁଇଟି ଦମକଳ ବାହିନୀ ପହ଼ଞ୍ଚି ନିଆଁକୁ ଆୟତ କରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।