Odia News Portal

ତିନି ଶହରୁ ଅଧିକ ରୋଗୀଙ୍କୁ ମାଗଣାରେ ପରୀକ୍ଷା ସହିତ ଔଷଧ ବଣ୍ଟନ

ଭୁବନେଶ୍ବର : ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ନୂଆସାହି ମହାବୀର ସାମାଜିକ ସଙ୍ଗଠନ ସଦା ସର୍ବଦା ବିଭିନ୍ନ ସାମାଜିକ କାର୍ଯ୍ୟ କରିଆସୁଅଛି । ଯଥା – ବୃକ୍ଷରୋପଣ, ରକ୍ତଦାନ, ମାଗଣା ସ୍ୱାସ୍ଥ୍ୟ ଶିବିର ଓ ବହୁ ସାମାଜିକ କାମ କରିଥାଏ ।

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଙ୍ଗଠନର ସାଧାରଣ ସମ୍ପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱ ନୟାପଲ୍ଳୀ ଅଧିନରେ ଥିବା ଶାସ୍ତ୍ରୀ ନଗର କମୁ୍ୟନିଟି ହଲ୍ ରେ ନୀଳାଳ ସାରସ୍ୱତ ସଂଘ ପୁରୀ (ଭୁବନେଶ୍ୱର ଶାଖା ତରଫରୁ) ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ।

ଏହି ଶିବିରରେ ବିଭିନ୍ନ ରୋଗର ପରୀକ୍ଷା ମାଗଣାରେ ହେବା ସହ ମାଗଣାରେ ଔଷଧ ମଧ୍ୟ ବନ କରାଯାଇଥିଲା ।
ଆପୋଲ୍ ହସ୍ପିଟାଲ୍, କିମିସ୍, ଆମ୍ରି ହସ୍ପିଟାଲ୍ ର ଅଭିଜ୍ଞ ଡ଼ାକ୍ତର ମାନେ ଆସି ରୋଗୀମାନଙ୍କୁ ଚିକିତ୍ସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶାସ୍ତ୍ରୀ ନଗର ମହିଳା ସାମାଜିକ ସାଂସ୍କୃତିକ ପରିଷଦର ସଭାପତି ପ୍ରେମଲତା ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ଉମା ପ୍ରହରାଜ ମହିଳା ମହାସଂଘର ସଭାପତି କୃଷ୍ଣପ୍ରୟା ପାଣିଗ୍ରାହୀ, ସମ୍ପାଦିକା ପୁଷ୍ପଲତା ଦାସ, ଗୀତାଞ୍ଜଳୀ ମହାନ୍ତି, ଶାସ୍ତ୍ରୀନଗର ଉନ୍ନୟନ ପରିଷଦର ସମ୍ପାଦକ ଅଶୋକ କୁମାର ବେହେରା, ଶାସ୍ତ୍ରୀନଗର ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ପାଠି, ସରସ୍ୱତୀ ଦାସଙ୍କ
ସମେତେ ସଙ୍ଗଠନର ଅନେକ କାର୍ଯ୍ୟର୍କା ଓ ଅନେକ ବରିଷ୍ଠ ନାଗରରିକ ମାନଙ୍କ ଉପସ୍ଥିତ ଥିଲେ ।

ଆଗାମୀ ଦିନରେ ଏହି ଅଳରେ ବିଭିନ୍ନ ସାମାଜିକ କାର୍ଯ୍ୟ କରାଯିବ ବୋଲି ସମାଜ ସେବୀ ତଥା ଶ୍ରୀ ଶ୍ରୀ ମହାବୀର ସାମାଜିକ ସଙ୍ଗଠନର ସାଧାରଣ ସସମ୍ପାଦକ ମିଲନ କୁମାର ପାଇକରାୟ ସୂଚନା ଦେଇଛନ୍ତି । ନୂଆସାହି ମହାବୀର ପୂଜା କମିଟିର ସଭାପତି ବିବେକାନନ୍ଦ କର, ସମ୍ପାଦକ ଶୈଳେନ୍ଦ୍ର ପ୍ରସାଦ ରାୟ, ମନୋଜ କୁମାର ଜେନା, ଦେବାଶିଷ ପ୍ରଧାନ, ସୁମନ କୁମାର ଜେନା, ବିଶ୍ୱଜିତ୍ ଦାସ, ପବିତ୍ର ବଳିଆର ସିଂ, ବିଶ୍ୱନାଥ ଦେହୁରିଙ୍କ ସମେତେ ଅନେକ କାର୍ଯ୍ୟ ର୍କା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।