Odia News Portal

ନୂଆ ଟ୍ରେନ୍ ରେ ଯାତ୍ରା କଲେ ଅରୁଣ

ଭୁବନେଶ୍ବର : ଟ୍ରେନ୍ ରେ ଯାଉଛନ୍ତି ମନ୍ତ୍ରୀ । ରାଜ୍ୟର ଅନ୍ୟତମ କ୍ୟାବିନେଟ୍ ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁଙ୍କୁ ଟ୍ରେନ୍ ବସିଥିବାର ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଟ୍ରେନରେ ଯାତ୍ରା କରିବା କଥା ଅନେକ ପାଇଁ କୌତହଳ ସୃଷ୍ଟି କରିବ ନିଶ୍ଚୟ । ଆଜି ନିଜ ନିର୍ବାଚନ ମଣ୍ଡଳୀ ନୟାଗଡ଼କୁ ଯିବା ପାଇଁ ଟ୍ରେନ୍ ଯାତ୍ରାକୁ ବାଛିଥିଲେ ମନ୍ତ୍ରୀ ମହୋଦୟ ।

ଭୁବନେଶ୍ୱର ରେଲୱେ ଷ୍ଟେସନ ଟିକେଟ୍ କାଉଣ୍ଟରରୁ ଟିକେଟ୍ କିଣି ଭୁବନେଶ୍ୱର-ନୟାଗଡ଼ ପାସେଞ୍ଜର ଟ୍ରେନରେ ଚଢିଥିଲେ । ନୟାଗଡ଼ରୁ ଖୋର୍ଦ୍ଧାରୋଡ୍ ପ୍ରଥମ ରେଳ ଚଳାଚଳ ବେଳେ ମନ୍ତ୍ରୀ ଅରୁଣ ସାହୁ ଟ୍ରେନ୍ ନୟାଗଡ଼ରୁ ଖୋର୍ଦ୍ଧା ଯାଇଥିଲେ । ଆଉ ସେତେବେଳେ କହିଥିଲେ ନୟାଗଡ଼ରୁ ଭୁବନେଶ୍ୱର ଟ୍ରେନ୍ ଚାଲିଲେ ସେ ସେଥିରେ ଯିବା ଆସିବା କରିବେ ।

ସେ ଦିନ କହିଥିବା କଥାକୁ ଆଜି ବାସ୍ତବରେ ପରିଣତ କରିଛନ୍ତି ମନ୍ତ୍ରୀ । ଏକ ନିରାଡ଼ମ୍ବର ଓ ସରଳ ଜୀବନଯାପନରେ ବିଶ୍ୱାସ ରଖୁଥିବା ଡ଼ଃ. ଅରୁଣ ସାହୁଙ୍କ ପାଇଁ ଏହା ଚିରାଚରିତ ଘଟଣା । କ୍ଷମତାରେ ଥାଆନ୍ତୁ କି ନ ଥାଆନ୍ତୁ ସବୁବେଳେ ନିଜକୁ ସାଧାରଣ ଲୋକଙ୍କ ସହିତ ସାମିଲ କରନ୍ତି ।