Odia News Portal

ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ

ନୂଆଦିଲ୍ଲୀ() ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ଭାଜପା-ଶିବସେନା ମେଣ୍ଟ ସରକାର ଗଢିବାକୁ ଯାଉଥିବାବେଳେ ହରିୟାଣାରେ ଝୁଲା ବିଧାନସଭା ହୋଇଛି।

ସେପଟେ ଅମିତ ଶାହା ମହାରାଷ୍ଟ୍ର ବିଧାନସଭାରେ ବିଜେପି-ଶିବସେନାର ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ପୁଣିଥରେ ସୁଯୋଗ ଦେଇଥିବାରୁ ହରିଆଣାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଆହୁରି କହିଛନ୍ତି ମୋଦିଙ୍କ ନେତୃତ୍ୱରେ ମହାରାଷ୍ଟ୍ର ସରକାର ନିରନ୍ତର ରାଜ୍ୟର ପ୍ରଗତି ଏବଂ ଜନତାଙ୍କ ସେବା ଦିଗରେ ସମର୍ପିତ ହୋଇ କାମ କରିବ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଏବଂ ଚନ୍ଦ୍ରକାନ୍ତ ପାଟିଲଙ୍କ ସମେତ ସମସ୍ତ କାର୍ୟ୍ୟକର୍ତ୍ତାଙ୍କୁ ଅଭିନନ୍ଦନ।”

ସେ ଅନ୍ୟ ଏକ ଟ୍ୱିଟ୍ରେ କହିଛନ୍ତି, “ଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରୀୟ ନେତୃତ୍ୱରେ ଖଟ୍ଟର ସରକାର ହରିଆଣାର ଜନତାଙ୍କ ପାଇଁ ଯଥାସମ୍ଭବ ପ୍ରୟାସ କରିଛନ୍ତି। ବିଜେପିକୁ ସଂଖ୍ୟଗରିଷ୍ଠ ଦଳ ଭାବେ ବାଛି ପୁଣିଥରେ ସେବା କରିବାକୁ ସୁଯୋଗ ଦେଇଥିବାରୁ ଜନତାଙ୍କୁ ଅଭିନନ୍ଦନ ଜଣାଉଛି। ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏବଂ ସମସ୍ତ କାର୍ୟ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା।”