ଭୁବନେଶ୍ୱର() ବ୍ୟାଙ୍କରେ ଆକାଉଣ୍ଟରେ ଥାଇ ମଧ୍ୟ ଅଧିକାଂଶ ଲୋକେ ଚେକ ବୁକ୍ ବିଷୟରେ ଅଧିକ ଜାଣି ନଥାନ୍ତି। ହେଲେ ଚେକ୍ ଉପରେ ଲେଖାଯାଇଥିବା ସୂଚନା ବିଷୟରେ ଜାଣିବା ଜରୁରୀ।
MICR କୋଡ- ଏହାର ଅର୍ଥ ହେଉଛି ମ୍ୟାଗ୍ନେଟିକ୍ ଇଙ୍କ କେରେକ୍ଟର ରେକଗନିସନ। ଏହି କୋଡ ଦ୍ବାରା ବ୍ୟାଙ୍କର ସବୁ ଜରୁରୀ ସୂଚନା ଜାଣିହେବ। ଏହି ନମ୍ବର ବ୍ୟାଙ୍କୁ ଅନ୍ୟ ବ୍ରାଞ୍ଚ ବିଷୟରେ ଜାଣିବା ପାଇଁ ସାହାଯ୍ୟ କରେ।
MICR କୋଡ ପୂର୍ବରୁ ପ୍ରଥମେ ୩ଟି ସଂଖ୍ୟାର ସିଟି କୋଡ ଦେଇଥାଏ। ଏହି ନମ୍ବର ଦେଖିଲେ ଜଣା ପଡଡିବ ଯେ କେଉଁ ସହରରୁ ଚେକ୍ ଆସିଛି।