Odia News Portal

ଦାଦାବଟିକୁ କେନ୍ଦ୍ର କରି ଗୁଳିମାଡ

ଗଞ୍ଜାମ : ଦାଦାବଟିକୁ କେନ୍ଦ୍ର କରି ଗୁଳିମାଡ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସିଙ୍ଗପୁର ଗାଁରେ ତେଜରାତି ବ୍ୟବସାୟୀ ସୁଶାନ୍ତ କୁମାର ପାତ୍ରଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଗୁଳିମାଡ କରିଥିବା ସେହି ଗାଁର ଜଣେ ଯୁବକ। ଗତକାଲି ରାତିରେ ସୁଶାନ୍ତ ଦୋକାନରେ ଥିବାବେଳେ ଯୁବକ ଜଣକ ଆସି ବଟି ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକ ଜଣକ ବନ୍ଧୁକ ବାହାର କରି ସୁଶାନ୍ତଙ୍କ ଉପରକୁ ଗୁଳି କରିଥିଲେ। ତାଙ୍କୁ ସାଙ୍ଗେ ସାଙ୍ଗେ ଛତ୍ରପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଯୁବକ ଜଣକ ଘଟଣା ପରେ ଫେରାର ହୋଇଯାଇଥିବାବେଳେ ପୋଲିସ ସିଙ୍ଗିପୁର ଗାଁରେ ପହଞ୍ଚି ତଦନ୍ତ କରୁଛି।