ମୁମ୍ବାଇ() ଅଭିନେତ୍ରୀ କଟ୍ରିନା କୈଫ୍ ଏବେ ପୁଣି ଜଣେ ଅଭିନେତାଙ୍କ ପ୍ରେମରେ। ସେ ହେଉଛନ୍ତି ଉରି ଷ୍ଟାର ବିକ୍କି କୌଶଲ। କିଛିଦିନ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା। ମାତ୍ର କଥାଟି ସେତେ ସ୍ପଷ୍ଟ ହେଉ ନ ଥିଲା। ନିକଟରେ ଦୀପାବଳି ଉପଲକ୍ଷେ ଜଣେ ବନ୍ଧୁଙ୍କ ପାର୍ଟିରେ ଉଭୟଙ୍କୁ ଏକାଠି ଦେଖାଯାଇଛି।
ପାର୍ଟି ସରିବା ପରେ ଉଭୟ ସାଙ୍ଗ ହୋଇ ବାହାରକୁ ଆସିଥିଲେ ହେଁ ଖବରଦାତାମାନଙ୍କୁ ଦେଖି ହଡବଡାଇ ଯାଇଥିଲେ। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବିକ୍କି-କଟ୍ରିନା ଏବେ ଉଭୟଙ୍କ ନିକଟତର ହେଉଥିବା କୁହାଯାଉଥିବା ବେଳେ ଏହାକୁ ସେମାନେ ମିଛ ବୋଲି ଅବିହିତ କରୁଛନ୍ତି।