ବହୁରୂପୀ ଏଣ୍ଡୁଅ ରଙ୍ଗ ବଦଳାଉଥିବା ନିଶ୍ଚିତ ଦେଖିଥିବେ। କିନ୍ତୁ ମନକୁ କେବେ ପ୍ରଶ୍ନ ଆସିଛି କି, ଏହା କାହିଁକି ରଙ୍ଗ ବଦଳାଏ ଏବଂ କେଉଁ ସମୟରେ ବଦଳାଏ ବୋଲି। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେଟ୍ଟ
ବହୁରୂପୀ ରଙ୍ଗ ବଦଳାଇବା ପଛରେ ଉଭୟ ପ୍ରାକୃତିକ ଏବଂ ବୈଜ୍ଞାନିକ କାରଣ ରହିଛି।ପ୍ରାକୃତିକ କାରଣ ଯୋଗୁ ଏହା ରଙ୍ଗ ବଦଳାଇଥାଏ। ଭଗବାନ ବିଶ୍ୱରେ ପ୍ରତ୍ୟେକ ଜୀବକୁ ଖୁବ୍ ସୁନ୍ଦର ଭାବରେ ଗଢ଼ିଛନ୍ତି। ମଣିଷଠାରୁ ଆରମ୍ଭ କରି ଜୀବଜନ୍ତୁ ନିଜର ସୁରକ୍ଷା କେମିତି ନିଜେ କରିପାରିବେ ସେ ନେଇ ବୁଦ୍ଧି ବି ଦେଇଛନ୍ତି। ତେଣୁ ବହୁରୂପୀ ଶିକାରୀଠାରୁ ନିଜକୁ ବଞ୍ଚାଇବା ପାଇଁ ସବୁଜ ଗଛଲତା ମଧ୍ୟରେ ତା’ର ରୂପ ବଦଳାଇ ଦେଇଥାଏ।
ଏକ ରିସର୍ଚ୍ଚରୁ ଜଣାପଡ଼ିଛି, ବହୁରୂପୀ ଭିନ୍ନ ଭିନ୍ନ ଭାବନା ଯେମିତି କି ଆକ୍ରମଣାତ୍ମକତା, ରାଗ, ଅନ୍ୟ ବହୁରୂପୀକୁ ନିଜର ଚିନ୍ତାଧାରା ଜଣାଇବା ପାଇଁ ରଙ୍ଗ ବଦଳାଇଥାଏ। ବିପଦ ସମୟରେ ମଧ୍ୟ ପରିସ୍ଥିତି ସହ ଖାପ ଖୁଆଇବା ପାଇଁ ବହୁରୂପୀ ରଙ୍ଗ ବଦଳାଇଥାଏ।