Odia News Portal

ଦିଲ୍ଲୀରେ ସ୍ୱାସ୍ଥ୍ୟ ଏମର୍ଜେନ୍ସି ଜାରି

ନୂଆଦିଲ୍ଲୀ() ଆଜି ଠାରୁ ରାଜଧାନୀ ଦିଲ୍ଲୀରେ ସ୍ୱାସ୍ଥ୍ୟ ଏମର୍ଜେନ୍ସି ଜାରି କରାଯାଇଛି । ଦିଲ୍ଲୀର ବାୟୁ ମଣ୍ଡଳ ପ୍ରଦୁଷଣ ପ୍ଲସରେ ପହଂଚିଛି । ବର୍ତ୍ତମାନ ଦିଲ୍ଲୀର ପ୍ରଦୂଷଣ ‘ସିଭିୟର ପ୍ଲସ’ ଶ୍ରେଣୀରେ ପହଞ୍ଚି ଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆସନ୍ତା ୫ ତାରିଖ ଯାଏ ରାଜ୍ୟରେ ଥିବା ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି ଯେ “ଦିନକୁ ଦିନ ଏଠାରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସ୍କୁଲକୁ ଆସନ୍ତା ୫ ତାରିଖ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।”

ଅନ୍ୟପକ୍ଷରେ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଇଁ କେଜ୍ରିୱାଲ ପଡ଼ୋଶୀ ପଞ୍ଜାବ ଓ ହରିଆଣା ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି,“ପଡ଼ୋଶୀ ରାଜ୍ୟରେ ଧାନର ଅବଶିଷ୍ଟାଂଶ ପୋଡ଼ା ଯାଉଥିବାରୁ ଦିଲ୍ଲୀ ଗ୍ୟାସ ଚ୍ୟାମ୍ବରରେ ପରିଣତ ହେଉଛି। ବିଷାକ୍ତ ଗ୍ୟାସରୁ ଆମେ ଏବେ ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛୁ।