Odia News Portal

ଆଇକନ ଅଫ୍ ଗୋଲ୍ଡେନ ଜୁବଲି ଆୱାର୍ଡରେ ସମ୍ମାନିତ ହେବେ ଏହି ଅଭିନେତା

ମୁମ୍ବାଇ() ଆଇକନ ଅଫ୍ ଗୋଲ୍ଡେନ ଜୁବଲି ଆୱାର୍ଡରେ ସମ୍ମାନିତ ହେବେ ସୁପରଷ୍ଟାର ରଜନୀକାନ୍ତ । ରଜନୀକାନ୍ତ ଫିଲ୍ମ କ୍ୟାରିଅରର ଆରମ୍ଭ ୧୯୭୫ରେ ତାମିଲ ଫିଲ୍ମ ଅପୂର୍ବ ରାଙ୍ଗଗଲରୁ କରିଥିଲେ। ରଜନୀକାନ୍ତଙ୍କୁ ତାଙ୍କ କଳା ପାଇଁ ୨୦୦୦ରେ ପଦ୍ମଭୂଷଣ ଏବଂ ୨୦୧୬ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ମନ୍ତ୍ରୀ ପ୍ରକାଶ ଜାବେଦକର ଆଜି ନିଜ ଟ୍ଵିଟର ଆକାଉଣ୍ଟରେ ରଜନୀକାନ୍ତଙ୍କୁ ଭାରତର ୫୦ତମ ଅନ୍ତରାଷ୍ଟ୍ରୀୟ ଫିଲ୍ମ ସମାରୋହରେ ଆଇକନ ଅଫ ଗୋଲ୍ଡେନ ଜୁବୁଲି ଆୱାର୍ଡରେ ସମ୍ମାନିତ କରାଯିବ ଵୋଲି ଘୋଷଣା କରିଛନ୍ତି। ଜାବେଦକର ଟ୍ଵିଟ୍ ପରେ ରଜନୀକାନ୍ତ ରିଟ୍ଵିଟ୍ କରି ଲେଖିଛନ୍ତି ଯେ, ଏଥିପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ।