ଭୁବନେଶ୍ବର : ବିଭିନ୍ନ ଦୁର୍ନୀତି ମାମଲାରେ ରାୟଗଡା ଡିଏଫଓ ଦେବାର୍ଚ୍ଚନ ବେହେରାଙ୍କୁ ସସପେଣ୍ଡ କରାଯାଇଛି । ରାଜ୍ୟ ସରକାର ଦେବାର୍ଚ୍ଚନଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି ।
ଦେବାର୍ଚ୍ଚନଙ୍କ ନାମରେ ବହୁ ଦୁର୍ନୀତି ରହିଛି । ସେ ଦୁର୍ନୀତି, ଅନିୟମିତତା ଓ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଛନ୍ଦି ହୋଇଛନ୍ତି । ତାଙ୍କ ନାମରେ ସରକାରୀ କୋଠା, ବାମ୍ବୋ କଟେଜ ନିର୍ମାଣରେ ଦୁର୍ନୀତି ଅଭିଯୋଗ ରହିଥିଲା । ଏପରିକି ସେ କାର୍ଯ୍ୟକ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିଲେ । ଆହୁରି ଅନେକ ମାମଲାର ଏବେବି ତଦନ୍ତ ଚାଲିଛି । ଏହି ସବୁ ଅଭିଯୋଗକୁ ଭିତି କରି ରାଜ୍ୟ ସରକାର ଦେବାର୍ଚ୍ଚନଙ୍କୁ ସସପେଣ୍ଡ କରିଛନ୍ତି ।
