Odia News Portal

ସୁଦର୍ଶନଙ୍କୁ ଗୋଲ୍ଡେନ୍‌ ସ୍ୟାଣ୍ଡ୍‌ ଆର୍ଟ ପୁରସ୍କାର

ପୁରୀ : ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପାଇବେ ୨୦୧୯ର ଇଟାଲୀୟ ଗୋଲ୍ଡେନ ସ୍ୟାଣ୍ଡ୍‌ ଆର୍ଟ ପୁରସ୍କାର। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆୟୋଜକ ସଂସ୍ଥା ପ୍ରୋମୌଭି ସ୍କୋରୋନାର ସଭାପତି ଭିଟୋ ମାରାଶ୍ଚିଓ । ଆସନ୍ତା ୧୩ରୁ ୧୮ପର୍ଯ୍ୟନ୍ତ ଇଟାଲୀରେ ଗୋଲ୍ଡେନ୍‌ ସ୍ୟାଣ୍ଡ୍‌ ଆର୍ଟ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।
ଏହି ପ୍ରତିଯୋଗିତାରେ ସୁଦର୍ଶନ ଭାରତର ପ୍ରତିନିଧିତ୍ୱ କରିବେ

ବୋଲି ସୂଚନା ଦେଇଛନ୍ତି । ୮ଟି ଦେଶର ବାଲୁକା ଶିଳ୍ପୀ ଏହି ପ୍ରତିଯୋଗିତରେ ଭାଗ ନେଉଛନ୍ତି । ପୁରସ୍କାର ଘୋଷଣା ପରେ ସୁଦର୍ଶନ କହିଛନ୍ତି ଯେ, ପୁରସ୍କାର ପାଇଁ ମୋର ଖୁସିର ଅନ୍ତ ନାହିଁ । ବାଲୁକା ଶିଳ୍ପକଳାକୁ ବିଶ୍ୱ ସମୁଦାୟର ମାନ୍ୟତାକୁ ଏହା ପ୍ରମାଣ କରିବାରେ ଆଉ ଏକ ସୋପାନ ହୋଇଛି ।

ସେ କହିଛନ୍ତି ଏହା ପୂର୍ବରୁ ବିଶ୍ୱର ବିଭିନ୍ନ ଦେଶରେ ଆୟୋଜିତ ୬୦ରୁ ଅଧିକ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଏବଂ ପ୍ରତିଯୋଗିତାରେ ସେ ଭାଗ ନେଇଛନ୍ତି । ଦେଶ ପାଇଁ ଅନେକ ପୁରସ୍କାର ଏବଂ ମାନ୍ୟତା ଅର୍ଜନ କରିଛନ୍ତି । ବାଲୁକା କଳାରେ ସେ ସର୍ବଦା ଏକ ସାମାଜିକ ବାର୍ତ୍ତା ଦେଇଥିବାର ସୁଦର୍ଶନ କହିଛନ୍ତି ।