କଟକ : ବାଲିଯାତ୍ରାକୁ ପ୍ରଦୂଷଣ ମୁକ୍ତ କରିବାକୁ ପ୍ରୟାସ। କଟକରେ ମୋ କଟକ ମୋ ସାଇକେଲ ରାଲି। ପ୍ରଦୂଷଣ ରୋକିବା ପାଇଁ ସାଇକେଲ ମାଧ୍ୟମରେ ସହରରେ ଏକ ସଚେତନତା ରାଲି କରାଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ନିଜେ ସାଇକେଲ ଚଳାଇ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ।
ଏହାସହ ବାଲିଯାତ୍ରାରେ ସାଇକେଲ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଏହି ସଚେତନତା ଶୋଭାଯାତ୍ରାରେ ଅନ୍ୟ ବିଚାରପତି,IAS ଓ IPS ମଧ୍ୟ ସାମିଲ ହୋଇଥିଲେ। ରାଲି ମୁଖ୍ୟ ବିଚାରପତିଙ୍କ ବାସଭବନ ନିକଟରୁ ବାହାରି ଓଡ଼ିଶା ଷ୍ଟେଟ ଲିଗାଲ ଅଥରିଟି ଅଫିସ କାର୍ଯ୍ୟାଳୟରେ ଶେଷ ହୋଇଥିଲା।
