ଯାଜପୁର : ରାଜଧାନୀ ଛାଡ, ନିର୍ବାଚନ ମଣ୍ଡଳିରେ ଅଧିକ ସମୟ କାଟ । ଲୋକଙ୍କ ସୁଖ ଦୁଃଖରେ ସାମିଲ ହୁଅ । ରାତିରେ ଜିଲ୍ଲାରେ ରାତ୍ରିଯାପନ କର । ମନ୍ତ୍ରୀ, ସାଂସଦ, ବିଧାୟକ ଓ ସଚିବଙ୍କୁ ଏପରି ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ଅକ୍ଷର ଅକ୍ଷରେ ପାଳନ କରିଛନ୍ତି ନବୀନ ସବୁଠାରୁ ବିଶ୍ୱସ୍ତ ବିଧାୟକ ପ୍ରଣବ ପ୍ରକାଶ ଦାସ । ନିଜର ପୁରା ବ୍ୟସ୍ତ ସମୟ ଭିତରେ ପ୍ରଣବ ଯେତେ ବେଳେ ସମୟ ପାଆନ୍ତି ସେତେବେଳେ ତାଙ୍କ ଗାଡି ରାଜଧାନୀରୁ ଯାଜପୁର ମୁହାଁ ହୁଏ । ନିର୍ବାଚନ ମଣ୍ଡଳୀର ଲୋକଙ୍କ ସୁଖ ଦୁଃଖରେ ସାଥି ହେବା ପାଇଁ ବିଧାୟକଙ୍କ ଦିନ ରାତି ସବୁ ସମାନ ।
ଯେଉଁଥି ପାଇଁ ବେଳେ ଭୁବନେଶ୍ୱର ରୁ ଯାଜପୁର ୩ରୁ ଅଧିକ ଥର ପ୍ରଣବ ଯିବା ଆସିବା କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀର ବିକାଶ କାର୍ଯ୍ୟ ସହ ଲୋକଙ୍କ ସୁବିଧା ଅସୁବିଧା କଥା ବୁଝନ୍ତି । ଯେଉଁଠି ପାଇଁ ସେ ବିଧାୟକ ଭାବେ ନୁହେଁ ଭାଇ ଭାବେ ବେଶ ପରିଚିତ ନିଜ ଯାଜପୁର ବିଧାନସଭା କ୍ଷେତ୍ରରେ ।
କାଳୀପୂଜା ସମୟରେ ଯେତେବେଳେ ପୁରା ଯାଜପୁର ଉତ୍ସବ ମୁଖର । ହଜାର ହଜାର ଲୋକଙ୍କ ସୁଅ ଛୁଟୁଛି ଯାଜପୁରକୁ ଠିକ ସେତିକି ବେଳେ ପ୍ରଣବ ବେରୁଦା ପଂଚାୟତର ନେଉଳିପୁର ଗାଁ ରେ ଅଧା ରାତି ଯାଏଁ ଜନଶୁଣାଣି କରିଛନ୍ତି । ଜଣେ ଯୁବ ବିଧାୟକଙ୍କ ଏପରି କାର୍ଯ୍ୟ ଏବେ ପୁରା ଯାଜପୁର ନୁହେଁ, ରାଜଧାନୀରେ ବି ଚର୍ଚ୍ଚାର ବିଷୟ । ଜନ ଶୁଣାଣି ବେଳେ ବିଧାୟକ ଲୋକଙ୍କ ସମସ୍ୟା କିପରି ୪୮ଘଣ୍ଟାରେ ଦୂର ହେବ ସେ ନେଇ ସ୍ଥାନୀୟ ପ୍ରତିନିଧିଙ୍କୁ ନିର୍ଦେଶ ଦେଇଥିଲେ ।
ଶୁଣାଣି ବେଳେ ବିଧାୟକ ଲୋକଙ୍କୁ ପଚାରିଥିଲେ ନିର୍ବାଚନ ଯାହା ପ୍ରତିଶୃତି ଦିଆଯାଇ ଥିଲା ତାହା ପାଳନ ହୋଇଛି କି ନାହିଁ । ଯାହା ହୋଇନାହିଁ ତାହା କିପରି ହେବ ତାହା ଉପରେ ବିଧାୟକ ଗୁରୁତ୍ୱ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନିର୍ଦେଶ ଓ ବବିଙ୍କ ରାତିରେ ଜନ ଶୁଣାଣି ଅନ୍ୟ ନେତାଙ୍କ ପାଇଁ ଉଦାହରଣ ସାଜିଛି ।
