Odia News Portal

ଜିଲ୍ଲା ଏସପି ଅଫିସ ଉଦଘାଟିତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଏବଂ ରିର୍ଜଭ ପୋଲିସ୍ ଗୃହ ଉଦଘାଟିତ ହୋଇଛି । ଶିଳ୍ପ ଓ ଗୃହବିଭାଗ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଉତ୍ସବରେ ପୋଲିସ୍ ଡିଜି ବିଜୟ କୁମାର ଶର୍ମା ଯୋଗଦେଇଥିଲେ । ଏହି ଉତ୍ସବରେ ପୋଲିସ୍ ବିଭାଗର ବହୁ ବରୁଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ରାଜ୍ୟ ସରକାରଙ୍କ ୫-ଟି ଓ ମୋ ସରକାର ଯୋଜନା ପ୍ରବର୍ତ୍ତନ ପରେ ସାରା ରାଜ୍ୟରେ ପୋଲିସ ବିଭାଗକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ଯୋଜନା ହେଉଛି ବୋଲି ମୁଖ୍ୟ ଅତିଥି ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଏହି ଯୋଜନା ଫଳରେ ଅନେକ ସ୍ଥାନରେ ପୋଲିସର ଆଭିମୁଖ୍ୟରେ ପରିବର୍ତ୍ତନ ଘଟିଛି ଏବଂ ଥାନାଠାରୁ ଆରମ୍ଭ କରି ଡାକ୍ତରଖାନା ପର୍ଯ୍ୟନ୍ତ ଯେଉଁଠି ବିଭିନ୍ନ ପ୍ରକାରର ଅଭାବ, ଅସୁବିଧା ଓ ପ୍ରତିବନ୍ଧକ ରହିଛି ତାହା ଦୂର କରିବା ପାଇଁ ସରକାର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରିଛନ୍ତି । ଏଥିସହିତ ସମସ୍ତଙ୍କର ସହଯୋଗ ଜରୁରୀ ବୋଲି ସେ ମତ ପ୍ରକାଶ କରିଛନ୍ତି ।