Odia News Portal

ଛାତ୍ରୀଙ୍କୁ ରାସ୍ତାରୁ ଟେକି ନେଇ ଗଣଦୁଷ୍କର୍ମ , ଜଣେ ଅଭିଯୁକ୍ତ ଅଟକ

ଭଦ୍ରକ : ଚାନ୍ଦବାଲି ବ୍ଲକ ବଡ଼ଓସ୍ତିଆ ପଂଚାୟତର ଜଣେ ନାବାଳିକା ଛାତ୍ରୀ ତାଙ୍କ ଭାଇଙ୍କ ସହ ଚାନ୍ଦବାଲିରୁ ଯାତ୍ରା ଦେଖି ଫେରୁଥିବା ସମୟରେ ଚାନ୍ଦବାଲି କଲେଜ ରୋଡ଼ ଫାୟାର ଷ୍ଟେସନ୍ ନିକଟରେ ୪ଜଣ ଯୁବକ ଛାତ୍ରୀଙ୍କ ଭାଇଙ୍କୁ ମାଡ଼ ମାରି ଛାତ୍ରୀଙ୍କୁ ଟେକି ନେଇ ଗଣ ଦୁଷ୍କର୍ମ କରିଛନ୍ତି ।

ଛାତ୍ରୀ ଜୋରରେ ଚିତ୍କାର କରିବାରୁ ଯାତ୍ରାରୁ ଫେରୁଥିବା ଅନ୍ୟ ଲୋକମାନେ ଘଟଣା ସ୍ଥଳରେ ପହଂଚି  ଯିବାରୁ ଛାତ୍ରୀଙ୍କୁ ଛାଡ଼ି ଅଭିଯୁକ୍ତ ମାନେ ଏକ ମଟର ସାଇକେଲରେ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରୁ ଜଣେ ଅଭିଯୁକ୍ତ ଯୁବକକୁ ଗ୍ରାମବାସୀ ଧରିନେଇ ଏକ ଟେଲିଫୋନ ଖୁଂଟରେ ବାନ୍ଧି ପକାଇ ନିର୍ଦ୍ଧୁମ ଛେଚିଥିଲେ । ଲୋକଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ଅଭିଯୁକ୍ତ ଯୁବକକୁ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କରି ଥାନାକୁ ଆଣିବା ସହ ଅଧିକ ତଦନ୍ତ ଜାରି ରଖିଛି।