କେନ୍ଦ୍ରାପଡା: ଯୌନ ଶୋଷଣ ଅଭିଯୋଗ ମାମଲାରେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ ପୁଲିସ୍ ଗିରଫ କରିଛି । ଗତକାଲି ବିଳମ୍ବିତ ରାତିରେ ପ୍ରମୋଦଙ୍କ ବଣିଆମାଳସ୍ଥିତ ବାସଭବନରୁ ଟାଉନ୍ ଥାନା ପୋଲିସ ଚଢ଼ାଉ କରି ତାଙ୍କୁ ଉଠାଇ ନେଇଥିଲା । କିଛି ଦିନ ପୂର୍ବେ ପ୍ରମୋଦ ସାହୁଙ୍କ ବିରୋଧରେ ଜଣେ ଯୁବତୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ।
ତେବେ ଅଭିଯୋଗ ଅନୁଯାୟୀ ପ୍ରମୋଦ ପୀଡିତାଙ୍କୁ ଅସଦାଚାରଣ କରୁଥିଲେ । ଏକୁଟିଆ ନିଜ ଚାମ୍ବରକୁ ଡାକି କୌଶଳରେ ବିଭିନ୍ନ ଅଶ୍ଲୀଳ ଇଙ୍ଗିତ କରୁଥିଲେ । ପୀଡିତାଙ୍କୁ ଫୋନ୍ କରି ଖରାପ ବ୍ୟବହାର ଦେଖାଇବା ସହିତ ହ୍ବାଟ୍ସ ଅପ୍ ରେ ବ୍ୟକ୍ତିଗତ କଥା ଚାଟ୍ କରୁଥିଲେ। ଏହା ସହ ଦାମି ଉପହାରର ପ୍ରଲୋଭନ ଦେଖାଇ ତାଙ୍କୁ ହଇରାଣ ହରକତ କରୁଥିଲେ ପ୍ରମୋଦ। ଏନେଇ ଘର ପରିବାର ଅଥବା ବ୍ୟାଙ୍କର ଅନ୍ୟ କୌଣସି କର୍ମଚାରୀଙ୍କୁ ନ କହିବା ପାଇଁ ମଧ୍ୟ କହୁଥିଲେ।
