Odia News Portal

୬ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ଜୟପୁର  : କୋରାପୁଟ ବୋରିଗୁମ୍ମା ଆମ୍ବଡ଼ି ଗୁଡା ଗାଁରେ ୬ ବର୍ଷ ର ଶିଶୁକୁ ଦୁଷ୍କର୍ମ  ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ । ସୂଚନାଯୋଗ୍ୟ ଯେ, ଶିଶୁ କନ୍ୟାକୁ ଚାଷ ଜମିରେ ମାଛ ଧରିବା ଆଳ ଦେଖାଇ ଘରୁ ଡାକି ନେଇଥିଲା ।

ଗାଁ ନିକଟରେ ଥିବା ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି  । ଶିଶୁଟି ଘରକୁ ଫେରିବା ପରେ ତାଙ୍କ  ମା ଙ୍କୁ ସମସ୍ତ ଘଟଣା ଜଣାଇଥିଲା । ପରିବାର ଲୋକେ ଥାନାରେ ଅଭିଯୋଗ ହୋଇଥିଲେ ବି କାହାକୁ ଗିରଫ କରାଯାଇନାହିଁ । ଶିଶୁ କନ୍ୟା କୁ ଜୟପୁର ମେଡିକାଲ ରେ ଭର୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।