Odia News Portal

ଆଜି ଭାରତ-ବାଂଲାଦେଶ ଫାଇନାଲ ଫାଇଟ୍‌

ଆଜି ଭାରତ-ବାଂଲାଦେଶ ମଧ୍ୟରେ ଫାଇନାଲ ଫାଇଟ୍‌ । ନାଗପୁରରେ ଖେଳାଯିବ ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି । ପ୍ରଥମ ମ୍ୟାଚ୍‌ ବାଂଲାଦେଶ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ଟି-୨୦ ଜିତିଛି ଟିମ୍‌ ଇଣ୍ଡିଆ । ତେଣୁ ଉଭୟ ଦଳ ଆଜିର ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କରିବାକୁ ଚେଷ୍ଟା କରିବେ ।

ବିରାଟ କୋହଲୀ ଓ ଅନ୍ୟ କିଛି ସିନିଅର ଖେଳାଳି ଏହି ସିରିଜ୍‌ ଖେଳୁନାହାନ୍ତି । ଏମାନଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ସିରିଜ୍‌ ବିଜୟୀ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଦ୍ୱିତୀୟ ଟି-୨୦ରେ ହିରୋ ଥିଲେ କ୍ୟାପ୍‌ଟେନ୍‌ ରୋହିତ ଶର୍ମା । ରେହିତ ୮୫ ରନ୍‌ର ଇନିଂସ ଖେଳିଥିଲେ ।