Odia News Portal

ତ୍ରିବିକ୍ରମ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମହା କାର୍ତିକ ମାସର ତ୍ରୟୋଦଶୀ ତିଥିରେ ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଠାକୁର ମାନେ ତ୍ରିବିକ୍ରମ ବେଶରେ ବିଭୂଷିତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଇ ଥାନ୍ତି। ଏହି ବେଶରେ ଠାକୁର ମାନେ ଚୁଳ ଧାରଣ କରିଥାନ୍ତି।

ଏହି ଚୁଳରେ ସ୍ଵର୍ଣର ଅଳଙ୍କାର ଭଳି ସୋଲର ଡାଲି ଲାଗି କରାଯାଇ ଥାଏ। ଏଥି ସହିତ ସୁବର୍ଣ୍ଣ ମଧ୍ୟ ଲାଗି ହୋଇ ଥାଏ। ଏଣୁ ଏହି ବେଶକୁ ଡାଳିକିଆ ବେଶ ମଧ୍ୟ କୁହାଯାଏ। ଏହି ବେଶ ଅତ୍ୟନ୍ତ ଚିତା କର୍ଷକ। ଏହି ବେଶରେ ଠାକୁର ମାନେ ସୁଵର୍ଣର ବିଭିନ୍ନ ଅଳଙ୍କାର ଧାରଣ କରିଥାନ୍ତି। ଏହି ବେଶ ଅବକାଶ ନୀତି ପରେ ହୋଇ ଥାଏ। ଭକ୍ତ ମାନେ ଏହି ବେଶ କୁ ଦର୍ଶନ କରି କୃତାର୍ଥ ହୋଇ ଥାନ୍ତି।

ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡକୁ ନଜରରେ ରଖି ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଏଥିସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ଫୋର୍ସଙ୍କୁ ମନ୍ଦିର ଭିତରେ ଓ ବାହାରେ ମୁତୟନ କରାଯାଇଛି ।