Odia News Portal

ସିପଶୀରୁବାଲି ଜଙ୍ଗଲରୁ ହାଡ଼ ଜବତ

ପୁରୀ : ବଳିଆପଣ୍ଡା ଥାନା ଅନ୍ତର୍ଗତ ସିପଶୀରୁବାଲି ଜଙ୍ଗଲରେ ଏକ କଟା ମୁଣ୍ଡକୁ ଗାମୁଛାରେ ବାନ୍ଧି ଫୋପାଡି ଦେଇ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଏକ କଳା ରଙ୍ଗର ପ୍ୟାଣ୍ଟ୍, ନୀଳ ରଙ୍ଗର ଏକ ପଟ ଚପଳ ସହ ଦୁଇ ଖଣ୍ଡ ହାଡ଼ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାଟି ଗତ ଦୁଇ ଦିନ ତଳେ ସ୍ଥାନୀୟ ଅଂଚଳର ଜଣେ ବୃଦ୍ଧ ବ୍ୟକ୍ତି ଗାଈ ଚରାଉଥିବ ବେଳେ ଦେଖିବାକୁ ପାଇଥିଲେ ଏବଂ ତାପରେ ଅନ୍ୟମାନଙ୍କୁ କହିଥିଲେ।

କଟାମୁଣ୍ଡ ଟି ଗାମୁଛାରେ ବନ୍ଧାଯାଇଥିଲା। ଆଜି ଆମେ ଉକ୍ତ ବୁଢ଼ା ମଉସାଙ୍କୁ ସାଙ୍ଗରେ ନେଇ ଘଟଣା ସ୍ଥଳକୁ ଯାଇଥିଲୁ ହେଲେ କଟା ମୁଣ୍ଡଟିକୁ ସେଠାରେ ଦେଖିବାକୁ ମିଳିନଥିଲା। କେହି ଉକ୍ତ ମୁଣ୍ଡକୁ ନେଇଯାଇଥନ୍ତି କିମ୍ବା ଗଧିଆ କିମ୍ବା ବିଲୁଆ ନେଇଯାଇଥିବା ଆଶଙ୍କା କରାଯାଉଛି। ସେହି ସ୍ଥାନ ନିକଟରେ ଅଭିଯୁକ୍ତମାନେ ମଦ୍ୟପାନ କରି ଥିବା ଜଣାପଡିଛି। ମଦ ବୋତଲ ଚପଳ ଆଦି ପଡ଼ିଥିବା ଦେଖିବାକୁ ମିଳିଥିଲା।

ତେବେ ଏହି ଘଟଣା ସମ୍ପର୍କେ ବଳିଆ ପଣ୍ଡା ପୋଲିସ ପାଖରେ ଖବର ନଥିବା ଜଣାଯାଇଛି। ପୋଲିସ ଘଟଣା କୁ ଗମ୍ଭୀରତାର ସହ ନେଇ ତଦନ୍ତ କଲେ ଏହି ସୁପିକଳ୍ପିତ ହତ୍ୟା କାଣ୍ଡର ରହସ୍ୟ ଉନ୍ମୋଚନ ହେଇପାରିବ।ଏଥି ସହ ମୃତ ବ୍ୟକ୍ତିର ପରିଚୟ ମିଳିବା ସହ ହତ୍ୟାକାଣ୍ଡର କାରଣ ପଛରେ କେଉଁମାନେ ସଂପୃକ୍ତ ତାହା ସ୍ପଷ୍ଟ ହୋଇପାରିବ।