Odia News Portal

ଉଜ୍ବଳ ତ୍ବଚା ପାଇଁ ଅଅଁଳା ରସ

ତ୍ବଚା ଏବଂ କେଶ ପାଇଁ କାହିଁ କେଉଁ କାଳରୁ ଅଅଁଳାର ବ୍ୟବହାର ହୋଇ ଆସୁଛି। ଅଅଁଳାରେ ଭରପୁର ମାତ୍ରରେ ପୋଷକ ତତ୍ତ୍ବ ରହିଥାଏ। ତ୍ବଚା ଓ କେଶ ଉଭୟ ପାଇଁ ଏହା ଖୁବ୍ ଲାଭଦାୟକ। ନିୟମିତ ଅଅଁଳା ରସ ସେବନ କରିବା ଦ୍ବାରା ତ୍ବଚାର ଚମକ ବୃଦ୍ଧି ହୋଇଥାଏ। ଯଦି ଆପଣଙ୍କୁ ଅଅଁଳା ରସ ଆପଣଙ୍କୁ ଭଲ ଲାଗୁନି ବା କଷା ଲାଗୁଛି ତେବେ ଏଥିରେ ଆପଣ ଏକ ଚାମଚ ମହୁ ମିଶାଇ ସେବନ କରି ପାରିବେ। ମହୁ ମଧ୍ୟ ଶରୀର ପାଇଁ ଲାଭଦାୟକ। ଏଥିରେ ଏଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ। ତେବେ ଆସନ୍ତୁ ଜାଣିବା ଏହି ଅଅଁଳା ରସ ପ୍ରସ୍ତୁତ କରିବାର ସହଜ ଉପାୟ।

ଆବଶ୍ୟକୀୟ ସାମଗ୍ରୀ:

୫ରୁ ୭ଟି ଅଅଁଳା, ଅବଶ୍ୟକୀୟ ଅନୁଯାୟୀ ପାଣି, ଏକ ଛୋଟ ଚାମଚ ମହୁ

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଅଅଁଳାକୁ ଭଲ ଭାବରେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ପାଣି ସହ ଅଅଁଳା ଖଣ୍ଡକୁ ମିକ୍ସରରେ ଭଲ ଭାବରେ ପେସି ଦିଅନ୍ତୁ। ପରେ ଏହି ମିଶ୍ରଣକୁ ଏକ ଛଣି ବା କପଡାରେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଅଁଳା ରସ। ଏବେ ଏଥିରେ ଏକ ଚାମଚ ମହୁ ମିଶାଇ ସେବନ କରନ୍ତୁ।