Odia News Portal

ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଅରବିନ୍ଦ ସାଓ୍ବନ୍ତ

ନୂଆଦିଲ୍ଲୀ :  କେନ୍ଦ୍ର ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅରବିନ୍ଦ ସାଓ୍ବନ୍ତ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଅରବିନ୍ଦ ସାଓ୍ବନ୍ତ ସୋମବାର ସକାଳେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଦକ୍ଷିଣ ମୁମ୍ବାଇ ଲୋକସଭା କ୍ଷେତ୍ରରୁ ସାଂସଦ ଅଛନ୍ତି ଅରବିନ୍ଦ ସାଓ୍ବନ୍ତ ।

ମହାରାଷ୍ଟ୍ରରେ ବିଜେପି-ଶିବସେନା ମଧ୍ୟରେ ଚାଲିଥିବା ହାଇଡ୍ରାମା ମଧ୍ୟରେ ଆଜି ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶିବସେନା ସାଂସଦ ଅରବିନ୍ଦ ସାଓ୍ବନ୍ତ । ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ସୋମବାର ଏନସିପିର ସମର୍ଥନରେ ସରକାର ଗଢିବାକୁ ଦାବି ଉପସ୍ଥାପନ କରିବାର ସମ୍ଭାବନା ରହିଛି । କିନ୍ତୁ ମହାରଷ୍ଟ୍ରରେ ଶିବସେନା  ସରକାର ଗଢିବାକୁ  ହେଲେ ଏନଡିଏ ସହିତ ସମ୍ପର୍କ କାଟିବାକୁ ପଡିବା ବୋଲି ଏନସିପି ପକ୍ଷରୁ ସର୍ତ୍ତ ରଖିଥିବାର ସୂଚନା ମିଳିଛି । ତେବେ ଅରବିନ୍ତ ସାଓ୍ବନ୍ତଙ୍କ ଇସ୍ତଫା ପରେ ଶିବସେନା ଏନଡିଏ ସରକାରରୁ ବାହାର ହୋଇଯାଇଛି ।