ମୁମ୍ବାଇ() କୋକିଳ କଣ୍ଠୀ ଗାୟିକା ଲତା ମଙ୍ଗେସକର ଅସୁସ୍ଥ ହୋଇପଡିଥିବା ଖବର ମିଳିଛି। ଛାତିରେ ସଂକ୍ରମଣ ଯୋଗୁ ତାଙ୍କୁ ରବିବାର ରାତି ପ୍ରାୟ ୨ଟାରେ ମୁମ୍ବାଇର ବିଚ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଥିବା ଓ ସୋମବାର ତାଙ୍କୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି। ୯୦ ବର୍ଷୀୟା ଲତା କିଛିଦିନ ହେବ ଅସୁସ୍ଥତା ଅନୁଭବ କରୁଥିବା ଖବର ମିଳିଛି।
