ଭୁବନେଶ୍ବର : ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ( ସିଡିଏ ) ଦପ୍ତରରେ ଫାଇଲଟ୍ଏ ଆଣବା ପାଇଁ ଶହେ କିଲୋମିଟର ଦରୂକୁ ଦଉଡୁଥବାଵେଳେ ଏବେ ପୁରୀ ଠାରେ ଆଉ ଏକ ଦପ୍ତର ପ୍ରତିଷ୍ଠାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ସିଡିଏ କର୍ତ୍ତୃପକ୍ଷଙ୍କର ପୁରୀରେ ଦପ୍ତର ଖୋଲିବାର କ’ଣ ଆବଶ୍ୟକ ରହିଛି ବୋଲି ପ୍ରଶ୍ନ ଉଠିଲାଣି । ସିଡିଏ କର୍ତ୍ତୃପକ୍ଷଙ୍କର ରାଜଧାନୀରେ ରହିଛି ଚକାଚକ୍ ଦପ୍ତର । ପ୍ରାୟ ୫କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଭବ୍ୟ ମହଲ । ହେଲେ ଏଠାରେ ଫାଇଲ୍ ରଖାଯାଇ ନାହିଁ । ନୂଆ କୋଠାକୁ ଅଫିସ ଆସିବା ସମୟରେ ପୁରୁଣା ଫାଇଲ୍କୁ ସିଡିଏ କର୍ତ୍ତୃପକ୍ଷ ପଠାଇ ଦେଇଛନ୍ତି ଏଠାରୁ ପ୍ରାୟ ଶହେ କିଲୋମିଟର ଦୂରରେ ଚିଲିକା କୂଳରେ ଥିବା ଚନ୍ଦ୍ରପୁଟକୁ । ସେଠାରେ ସଂସ୍ଥାର ଦପ୍ତରରେ ରହିଛି ଫାଇଲ୍ । ଯେତେବେଳେ ପୁରୁଣା ଫାଇଲ୍ ଖୋଜା ପଡୁଛି ସେତେବେଳେ କର୍ମଚାରୀମାନେ ଗାଡି ଧରି ଛୁଟୁଛନ୍ତି ଚନ୍ଦ୍ରପୁଟ ।
ଯିବା ଆସିବରେ ଗୋଟିଏ ଦିନ ଯାଉଛି । ଖଣ୍ଡେ ଫାଇଲ ଆଣିବାକୁ ହଜାର ହଜାର ଟଙ୍କାର ତେଲ ଉଡିଯାଉଛି ।
ଯେତେ ଖର୍ଚ୍ଚ ହେଲେ ବି ଫାଇଲ୍ ଗୁଡିକୁ ଭୁବନେଶ୍ୱର ଆଣିବାକୁ ରାଜି ନୁହନ୍ତି କର୍ତ୍ତୃପକ୍ଷ । ଏବେ ପୁରୀ ଠାରେ ଥିବା ସରକାରୀ କୋଠାକୁ ଅକ୍ତିଆର କରିଛନ୍ତି ସିଡିଏ କର୍ତ୍ତୃପକ୍ଷ । ଏଠାରେ କ’ଣ ହେବ ବୋଲି ଏବେ ଅନେକ ପ୍ରଶ୍ନ କରିଛନ୍ତି । ପୁରୀ ସହରରେ ସିଡିଏର କିଛି କାର୍ଯ୍ୟକ୍ରମ ନାହିଁ । ହେଲେ କାହିଁକି ପୁରୁଣା ଡିପିଆରଓ ଦପ୍ତରକୁ ଟିକୁ ନେଇଛନ୍ତି ତାହା ଅନେକଙ୍କୁ ଅଜଣା । କିଛି କର୍ମଚାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ଏହି ପୁରୁଣା କୋଠା ମରାମତି ବାବଦରେ କୋଟି କୋଟି ଟଙ୍କା ଉଡିବ । ଏଥିରେ କିଛି ବାବୁଙ୍କର ପକେଟ ଗରମ ହେବ । ଏଠାରେ ଦପ୍ତର ଚାଲିବାର ଆବଶ୍ୟକତା ନଥିବାରୁ ସିଡିଏର ବଡ ବାବୁଙ୍କ ପରିବାର ସହିତ ତାଙ୍କ ସାଙ୍ଗସାଥି ମାନେ ଆସି ସେଠାରେ ମଉଜ ମଜଲିସ୍ କରିବେ । ଏଥିପାଇଁ ବି ସିଡିଏ ତହବିଲରୁ ଟଙ୍କା ଉଡିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ସିଡିଏର ଅଧ୍ୟକ୍ଷ । ଏଠାରେ କାମ ଚଳାଇବାପାଇଁ ଜଣେ ସର୍ବଭାରତୀୟ ଜଙ୍ଗଲ ସେବାର ଅଧିକାରୀଙ୍କୁ ମୁଖ୍ୟକାର୍ଯ୍ୟ ନିର୍ବାହୀ ଭାବେ ଅବସ୍ଥାପିତ କରାଯାଇଛି । ଅନ୍ୟ ପ୍ରାୟ ଅଧିକାଂଶ କର୍ମଚାରୀ ରହିଛନ୍ତି ଠିକାରେ । ଅବସରପ୍ରାପ୍ତ ବହୁ କର୍ମଚାରୀଙ୍କୁ ପରାମର୍ଶଦାତା ପଦବୀରେ ବସାଇ ଲକ୍ଷ ଲକ୍ଷ ଟଙ୍କା ପାରିଶ୍ରମିକ ଦିଆଯାଉଛି । ହେଲେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କର ପାଉଣା ବୃଦ୍ଧି କଥାକୁ କେହି ଧ୍ୟାନ ଦେଉନାହାନ୍ତି ।
ସିଡିଏର ନୂଆ ଦପ୍ତରର ସାଜ ସଜାରେ ଯେତିକି ଅର୍ଥ ବ୍ୟୟ ହୋଇଛି ସେତିକି ଅର୍ଥରେ ଆଉ ଗୋଟିଏ ମହଲା ନିର୍ମାଣହୋଇ ଫାଇଲ୍ ସବୁ ଭୁବନେଶ୍ୱରରେ ରହିପାରିଥାନ୍ତି । ହେଲେ ମହ୧ଦ ବିନ୍ ତୋଗଲୋକଙ୍କ ଭଳି ସିଡିଏ କର୍ତ୍ତୃପକ୍ଷ ଏବେ ଭୁବନେଶ୍ୱର-ଚନ୍ଦ୍ରପୁଟ ଯା ଆସ କରୁଛନ୍ତି । ଗରିବ ଲୋକଙ୍କ ଟିକସ ପାଇସାରେ ତେଲ ପୋଡି ଏହି ଦପ୍ତରରେ ଯେଭଳି ମଉଜ ମଜଲିସ୍ ଚାଲିଛି ଓ ଅଧିକ ମଉଜ କରିବାପାଇଁ ପୁରୀ ଠାରେ ନୂଆ ଘର ନିଆଯାଇଛି ସେ ସଂକ୍ରାନ୍ତରେ ମୁଖ୍ୟମବୀ ଧ୍ୟାନ ଦେବାକୁ ମତପ୍ରକାଶ ପାଉଛି
