ଭୁବନେଶ୍ୱର : ଶୀତକାଳୀନ ଅଧିବେଶନରେ ଶାସକଦଳର ମୁଖ୍ୟ ଅସ୍ତ୍ର ହେବ ୫-ଟି ଓ ମୋ ସରକାର । ଏହି ଦୁଇ ଅସ୍ତ୍ରରେ
ବିରୋଧିଙ୍କୁ ଚୁପ୍ କରିବାପାଇଁ ରଣନୀତି ପ୍ରସ୍ତୁତ ହୋଇଥିବାବେଳେ ଏହାର ମୁକାବିଲା ପାଇଁ କଂଗ୍ରେସ କିମ୍ବା ବିଜେପି ସେଭଳି କୌଶଳ ପାଉନାହାନ୍ତି । ବିଶେଷକରି ଗତ ମାସରେ ମୋ ସରକାର ଆରମ୍ଭ ପରଠାରୁ ସରକାର ଓ ପ୍ରଶାସନ ଯେଭଳି ଲୋକଙ୍କ ନିକଟତର ହୋଇଛନ୍ତି ଓ ଲୋକେ ଏହା ସପକ୍ଷରେ ଅଛନ୍ତି ତାହା ସରକାରୀଦଳ ପାଇଁ ବଡ ଅସ୍ତ୍ର ହୋଇଛି । ଆଜି ଠାରୁ ଆରମ୍ଭ ହେଉଥିବା ଅଧିବେଶନରେ ସରକାରଙ୍କ ଘେରିବାପାଇଁ ବିରୋଧିଦଳ ଗୁଡିକ ସ୍ମିତାରାଣୀ ମୃତ୍ୟୁ,
ଆବାସ ଦୁର୍ନୀତି, ଆଇନ୍ଶୃଙ୍ଖଳା, ଡାକ୍ତର ଅଭାବ, ବାତ୍ୟା କ୍ଷୟକ୍ଷତି ଭଳି ପ୍ରସଙ୍ଗକୁ ଆଗକୁ ଆଣୁଥିବାବେଳେ ଏହା ସହିତ ୫- ଟି ବିରୁଦ୍ଧରେ ଗୃହରେ କହିବାପାଇଁ ବି ପ୍ରସ୍ତୁତ ହେଉଥିବା ସୂଚନା ମିଳୁଛି ।
ତେବେ ବିରୋଧିଙ୍କୁ କିଭଳି ମୁକାବିଲା କରାଯାଇ
ପାରିବ ସେଥିପାଇଁ ଶାସକଦଳ ବି ତାହାର ରଣନୀତି ପ୍ରସ୍ତୁତ କରିଛି । ଶାସକଦଳର ସବୁଠାରୁ ବଡ ଅସ୍ତ୍ର ହୋଇଛି ୫-ଟି ।
ବିରୋଧି ବିଜେପି ଯେତେ ଯାହା ଏହା ବିରୁଦ୍ଧରେ କହିଲେ ବି ୫-ଟି ସଚିବଙ୍କ ଘନ ଘନ ଜିଲ୍ଲା ଗସ୍ତ ଓ ଏହା ଦ୍ୱାରା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । ୫-ଟି ସଚିବ ଭି.କେ.ପାଣ୍ଡିଆନ ନିଜେ ଜିଲ୍ଲା ଗସ୍ତ କରୁଛନ୍ତି । ଏଥି ସହିତ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ପ୍ରମୁଖ ଜିଲ୍ଲା ଗସ୍ତରେ ଯିବାପରେ ଏବେ ମାଲକାନଗିରି ଠାରୁ ଆରମ୍ଭକରି କଟକ ପର୍ଯ୍ୟନ୍ତ ସବୁଆଡେ ଡାକ୍ତର ଠାରୁ ଆରମ୍ଭକରି ସ୍ୱାସ୍ଥ୍ୟକର୍ମୀଙ୍କ ପର୍ଯ୍ୟନ୍ତ ଜାଗତିଆର ।
ଯେଉଁ ଡାକ୍ତରଙ୍କ ଦେଖାଦର୍ଶନ ମିଳୁନଥିଲା ସେମାନେ ଏବେ ସେମାନେ ସକାଳ ୯ଟା ହେଲେ ଆସି ଚଉକିରେ ବସି ଯାଉଛନ୍ତି । ଏହାକୁ ଦେଖି ଲୋକେ ଖୁସି । ସେହିଭଳି ମୋ ସରକାର କାର୍ଯ୍ୟକାରୀ ପରେ ଥାନା ଗୁଡିକର ବି ଅବସ୍ଥା ସୁଧୁରିବାରେ ଲାଗିଛି । ପୂର୍ବରୁ ଅଭିଯୋଗକାରୀଙ୍କୁ ଦୂର ଦୂର ମାର ମାର କରୁଥିବା ପୁଲିସ୍ ବାବୁମାନେ ଏବେ ଅଭିଯୋଗ ରଖିବାକୁ ବାଧ୍ୟ ହେଉଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ନିୟମିତ ଭାବେ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଫୋନ୍ କରୁଛନ୍ତି । ଏହା ଫଳରେ ପୁଲିସ୍ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ହୋଇଛି । ସରକାରଙ୍କର ଏହି ଦୁଇଟି ଅସ୍ତ୍ରରେ ବିରୋଧି ଜୋରଦାର ଘାଇଲା ହେବାପରେ ଏବେ ସରକାର ବିଧାନସଭରେ ମଧ୍ୟ
ଏହି ଅସ୍ତ୍ରରେ ବିରୋଧିଙ୍କୁ ଚୁପ୍ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ।
ବିରୋଧିଦଳକୁ ମୁକାବିଲା କରିବାପାଇଁ ଶାସକଦଳର
ସଦସ୍ୟମାନେ ପ୍ରସ୍ତୁତ ହେଉଥିବାବେଳେ ଆବାସ ଯୋଜନାକୁ ଅସ୍ତ୍ର କରିଥିବା ବିରୋଧି ଏବେ ଏଥିପାଇଁ ନିଜଦଳର କର୍ମୀଙ୍କ
ରୋଷର ଶିକାର ହୋଇଛନ୍ତି । କାରଣ ଗଳାବାଟରେ ଘର ନେଇଥିବା ତାଲିକାରେ ବି ସେମାନଙ୍କ ଦଳର ଲୋକଙ୍କ ନାଁ ରହିଛି । ଏଭଳି ସ୍ଥିତିରେ ଆବାସ ଦୁର୍ନୀତିକୁ ବିରୋଦବଦଳ ବିଧନସଭାରେ ଉଠାଇବ କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର । ତେବେ ଯେତେ ପ୍ରସଙ୍ଗ ଆସିଲେ ବି ଶାସକଦଳର ୫-ଟି ଓ ମୋ ସରକାର ଯେ ସବୁ ଉପରେ ଭାରି ପଡିବ ତାହାକୁ ନେଇ ଶାସକଦଳ ସଦସ୍ୟମାନେ ବେଶ୍ ଆଶାବାଦୀ
