Odia News Portal

ଉଦ୍ୟୋଗ କ୍ଷେତ୍ରରେ ସଫଳତା ପାଇଁ ଓଡିଆ ପୁଅଙ୍କୁ ସମ୍ମାନ

ଭୁବନେଶ୍ୱର() ସୋମବାର ଦିନ ବ୍ଲାଇଣ୍ଡୱିଙ୍କ ପକ୍ଷରୁ ବେଙ୍ଗାଲୁରୁର ତାଜ ହୋଟଲ ପରିସରରେ ‘ଇଣ୍ଡିଆ ଆଇକନ ଆୱାର୍ଡ’ କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଓଡିଶାର ଯୁବ ଉଦ୍ୟୋଗୀ ଦୀପକ ମହାନ୍ତିଙ୍କୁ ‘ଇଣ୍ଡିଆ ଆଇକନ ଆୱାର୍ଡ’ ପ୍ରଦାନ କରିଯାଇଥିଲା । ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଏହି ଆୱାର୍ଡ ପ୍ରଦାନ କରିଥିଲେ । ଉଦ୍ୟୋଗ କ୍ଷେତ୍ରରେ ସଫଳତା ପାଇବା ସହ ସମାଜସେବା କ୍ଷେତ୍ରରେ ସକି୍ରୟ ରହି ଯୁବପିଢିଙ୍କ ପାଇଁ ପ୍ରେରଣା ପାଲଟିଥିବାରୁ ଦୀପକଙ୍କୁ ଏହି ସମ୍ମାନ ପାଇଁ ମନୋନୀତୁ କରାଯାଇଥିଲା ।