ଭୁବନେଶ୍ୱର : ପବିତ୍ର ର୍କାିକ ର୍ପୂିମା ଅବସରରେ ରଘୁନାଥପୁର ସ୍ଥିତ ଶିରିଡି ସାଇ ସନ୍ଥ ଆଶ୍ରମ ଜରାନିବାସ ପରିସରରେ ବୋଇତ ବନ୍ଦାଣ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବାରଙ୍ଗ ୪୮ ମଳ ସଂର୍କୀନ ମଳୀ ଓ ହାଉସିଂବୋର୍ଡ ସାଇ ମନ୍ଦିର, ପଟିଆ ସାଇ ମନ୍ଦିର ଓ ରଘୁନାଥପୁର ସାଇ ମନ୍ଦିରର ସେବକମାନଙ୍କ ଦ୍ୱାରା ବାବାଙ୍କ ଚଭାଡି ଶୋଭାଯାତ୍ରା ନଗର ର୍କୀନ କରି ଆଶ୍ରମରେ ପହିଥିଲା ।
ଏହା ପରେ ମାନ୍ୟବର ବିଧାୟକ ଉତ୍ତର ଭୁବନେଶ୍ୱର ସୁଶାନ୍ତ କୁମାର ରାଉତ ଓ ରାଜ୍ୟ ବରିଷ୍ଠ ନାଗରିକ ସଂଘର ସଭାପତି ମଧୁମାଧବ ଜେନା ଓ ଆଶ୍ରମର ସାଇଭକ୍ତ, ବରିଷ୍ଠ ନାଗରିକ, ସାମାଜିକ କର୍ମୀ, ବ୍ରାହ୍ମଣ ପିତ, ବୁଦ୍ଧିଜୀବି ଓ ରଘୁନାଥପୁର ଗ୍ରାମବାସୀ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ବୋଇତ ବନ୍ଦାଣ ଉବ ଅନୁଷ୍ଠିତ ହୋଇଥିଲା । ଏହା ପରେ ଆଶ୍ରମର ପୁଷ୍କରିଣୀରେ ଡଙ୍ଗା ଭସାଇବା ସହିତ ନୈାକାବିହାର କରିଥିଲେ ।
ବାବାଙ୍କ ଦିବ୍ୟଲୀଳାକୁ ସ୍ମରଣ କରି ସମସ୍ତ ସାଇପ୍ରେମୀମାନେ ନାମ ସଂର୍କୀନ କରିଥିଲ ଓ ଏକ ବିଶେଷ ଯଜ୍ଞର ଆୟୋଜନ କରାଯାଇଥିଲା । ଉକ୍ତ ଯଜ୍ଞରେ ପଶୁପକ୍ଷୀ ଓ ବୃକ୍ଷଲତା ମାନଙ୍କ ସୁରକ୍ଷା ପାଇଁ ୧୦୦୮ ଆହୁତି ପ୍ରଦାନ କରାଯାଇଥିଲା । ପିତ ଭାସ୍କର ଚନ୍ଦ୍ର ମିଶ୍ର, ପିତ ସୁଦର୍ଶନ ଦାସ ଓ ପିତ ସୂର୍ଯ୍ୟନାରାୟଣ ମିଶ୍ର ଯଜ୍ଞ କରିଥିଲେ । ଏହି ଉବରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଓ ଆଗାମୀ ଦିନରେ ଅନେକ ଗୁଡିଏ ଫୁଳଗଛ ଲଗାଇ ପରିବେଶକ ସୁନ୍ଦର ଓ ସବୁଜ କରିବା ପାଇଁ ସମସ୍ତେ ପ୍ରତିଶୃତିବଦ୍ଧ ହୋଇଥିଲେ । ପଲିଥିନ୍ ବର୍ଜନ ଓ ପରିବେଶ ସୁରକ୍ଷା ପାଇଁ ଶପଥ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପ ପବିତ୍ର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ, ଅଶ୍ରୁମୋଚନ ମହାନ୍ତି, ମିହିର ରାଉତ, ଡ. ସଞ୍ଜୟ ଶତପଥି, ଶ୍ରୀ ଶୋଭାକର ଦାସ, ଫତେ ସିଂ ଅତିଥିମାନେ ଯୋଗ ଦେଇଥିଲେ ।
ସମାଜରେ ସେବା କାର୍ଯ୍ୟକୁ ପ୍ରାଧାନ୍ୟ ଦେଇଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା । ସାମ୍ବାଦିକତା କ୍ଷେତ୍ରରେ ନିର୍ଭିକ ଓ ନିରପେକ୍ଷ ସମ୍ବାଦ ପରିବେଷଣ ପାଇଁ ସାମ୍ବାଦିକ ପ୍ରଦୀପ୍ତ କୁମାର ସ୍ୱାଇଁ, ଜଗନ୍ନାଥ ଭଞ୍ଜ, ଦିବ୍ୟ ମାନସିଂ ଓ ପ୍ରଦୀପ୍ତ ସେଠୀଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଆଶ୍ରମର ମ୍ୟାନେଜିଂ ଟ୍ରଷ୍ଟି ବିଜୟ କୁମାର ପାତ୍ର ଓ ସଭାପତି ଆଶିଷ ନାୟକ ପରି·ଳନା କରିଥିଲେ । ସଂପାଦକ ବିଜୟ କୁମାର ମାର୍ଥା ଜରାଶ୍ରମ ବିଷୟରେ ସୂଚନା ଦେଇଥିଲେ ଓ ଦିଲ୍ଲୀପ କୁମାର ରାଓ ଧନ୍ୟବାଦ ଦେଇଥିଲେ ।
