Odia News Portal

୨୦୨୦ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ()‘ଚନ୍ଦ୍ରଯାନ-୨’ର ସୂକ୍ଷ୍ମ ଅବତରଣ କରାଇବାରେ ବିଫଳ ହେବାପରେ ଏବେ ପରବର୍ତ୍ତୀ ଚନ୍ଦ୍ର ଅଭିଯାନ ଆରମ୍ଭ କରିଛି ଇସ୍ରୋ । ନଭେମ୍ବର ୨୦୨୦ ସୁଦ୍ଧା ଚନ୍ଦ୍ରଯାନ-୩କୁ ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରାଇବା ପାଇଁ ସମୟସୀମା ଧାର୍ୟ୍ୟ କରାଯାଇଛି। ଏନେଇ ଇସ୍ରୋ ଅନେକ କମିଟି ଗଠନ କରିଛି। ଗତ ଅକ୍ଟୋବରଠାରୁ ଏ ବାବଦରେ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ୪ଟି ଉଚ୍ଚସ୍ତରୀୟ ବୈଠକ ହୋଇଛି। ନୂଆ ମିସନରେ କେବଳ ଲ୍ୟାଣ୍ଡର୍ ଏବଂ ରୋଭର୍ ରହିବ। ଇସ୍ରୋ ସମ୍ପୂର୍ଣ୍ଣ ଭାବେ ନୂଆ ଲ୍ୟାଣ୍ଡର୍ ଏବଂ ରୋଭର୍ ନିର୍ମାଣ କରିବ। ଏହି ମିସନରେ ରୋଭର୍ ଏବଂ ଲ୍ୟାଣ୍ଡର୍ ଉପରେ ଅଧିକ ଗୁରୁତ୍ବ ଦିଆଯିବ।