ଗଞ୍ଜାମ : ପାଟପୁର ଥାନା ଅଞ୍ଚଳରେ ଦୁଇ ଦୁଇଟି ଲଜ୍ଜାଜନକ ଘଟଣା । ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଜଣେ ବିବାହିତ ଯୁବକ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଓ ଅନ୍ୟ ଏକ ଘଟଣାରେ ଜଣେ ନାବାଳକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛ।
ଏନେଇ ପାଟପୁର ଥାନାରେ ଅଭିଯୋଗ ପରେ ଉଭୟଙ୍କୁ ଡାକ୍ତରୀ ମାଇନା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲ ପଠାଯାଇଛି। ଏସଂକ୍ରାନ୍ତରେ ଦୁଇଜଣଙ୍କୁ ଗିରଫ କରାଯାଇଛି।
